STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଟଙ୍କା ଓ ମଦ

ଟଙ୍କା ଓ ମଦ

2 mins
256


ହରେ ଟଙ୍କା ହରେ ଟଙ୍କା

  ଟଙ୍କା ଟଙ୍କା ହରେ ହରେ,

ହରେ ମଦ ହରେ ମଦ

 ‌ ମଦ ମଦ ହରେ ହରେ।


ଏହି ମହା ମନ୍ତ୍ର କଳିଯୁଗେ ଶ୍ରେଷ୍ଠ

   ଏହା ବିନା ନାହିଁ ମୁକ୍ତି,

କାମିନୀ କାଞ୍ଚନ ଅଚିରେ ମିଳ‌ଇ

    ଟଙ୍କା ମଦ କରାମତି।


ଟଙ୍କା ମୋର ରାମ ଟଙ୍କା ମୋର କୃଷ୍ଣ

    ଟଙ୍କାରେ ମୋ ପୂର୍ଣ୍ଣାନନ୍ଦ,

ମଦ ମୋ ଗୋବିନ୍ଦ ମଦ ପରମ୍‌ପଦ ‌‌

ଓଁକାର ସେ ବ୍ରହ୍ମନାଦ।


ଟଙ୍କା ବିନା ଫାଙ୍କା ଏଇ ଜୀବନଟା

     ଅଣ୍ଟାରେ ପଶେ ମୋ ରକା,

ମଦ ବିନା କୋଉ ପଦ ବାହାରୁଛି

     ପାଟି ହୋଇଯାଏ ଅଠା।


ରାମ କୃଷ୍ଣ ନାମେ ଅରୁଆ ଖାଇଲେ

    ଗ୍ଯାଷ୍ଟିକ୍ ହେବାଟି ସାର,

ଟଙ୍କା ମଦ ନାଁ ଧରିଲେ ବାବୁରେ

     ହେବୁ ଏ ଭବୁ ଉଦ୍ଧାର।


ନାହିଁ ଯଦି ମଦ ଏ ଦୁନିଆଁ ଅନ୍ଧ

    ଟଙ୍କା ବିନା ସର୍ବେ ବୋକା,

ମଦୁଆ ଦେଉଛି ପ୍ରବଚନ ଏଠି

    ଅଣ୍ଟାରେ ବଳ ଏ ଟଙ୍କା।


ଟଙ୍କା ଜ୍ଞାନ ମଞ୍ଜି ଟଙ୍କା ଭାଗ୍ଯପାଞ୍ଜି

    ଟଙ୍କା ସର୍ବସ୍ବଟି ଆଜି,

ମଦ ମକରନ୍ଦ ପରମ ଆନନ୍ଦ

    ମଦୁଆ ଜିତୁଛି ବାଜି।


ଟଙ୍କା ପାଇଁ ନେତା ଟଙ୍କା ସବୁ ରାସ୍ତା

    ଟଙ୍କା ପାଇଁ ଯେତେ କଥା,  

  ଏହି ଟଙ୍କା ପାଇଁ ମଦ ପୁଣି ପିଇ

    ଯେତେ ରାହାଜାନୀ ହତ୍ୟା।


ମଦ ଟଙ୍କା ଦୁଇ ଅମୋଘ ଅସ୍ତ୍ର ଯେ

    ଅସମ୍ଭବ ସାଧିପାରେ,

ମଦ ଟଙ୍କା ଏଠି ଓଲଟପାଲଟ

    ସବୁ କରିଦେଇ ପାରେ।


ଟଙ୍କା କିଣିପାରେ ଆଇନ୍‌କୁ ପୁଣି

    ଟଙ୍କାରେ ଅସତ୍ୟ ଜିତେ,

ସବୁ କ୍ଷମତା ଯେ ରହୁଅଛି ପୁଣି 

    ଆଜି ମଦୁଆଙ୍କ ହାତେ।


ମଦ ପିଇ ଦେଲେ ଲାଜ ଛାଡିଯାଏ

    ପାଟିରୁ ପଦ ବାହାରେ,

ଟଙ୍କା ପାଇଁ ଏଠି ମୁକ ବେଦଗାଏ

    ପଙ୍ଗୁ ଗିରି ଲଙ୍ଘିପାରେ।


ଟଙ୍କା ମଦ ପାଇଁ ଦୁନିଆଁ ଚଳ‌ଇ

    ଟଙ୍କା ଥିଲେ ମଦ ଲୋଡ଼ା,

ଖାଲି ଟଙ୍କା ଥାଇ ସ‌ଉକ ନ କଲେ

    ଜୀବନ ହୁଏ ଅଲୋଡା।


ଏହି ଟଙ୍କା ପାଇଁ କିଏ ଭୋକେ ଶୋଇ

    ଫୁଟ୍ ପାଥ୍‌ରେ ବଞ୍ଚୁଛି,

ଏହି ଟଙ୍କା ପାଇଁ ମଦଗୁଡା ପିଇ

     ମଣିଷ ହିଂସ୍ର ହେଉଛି।


ମଦ ନେଇଯାଏ ମଣିଷ ମନକୁ

     ସୀମା ହୀନ ନିଗମକୁ,

ଟଙ୍କା ଦିବା ସ୍ଵପ୍ନ ଦେଖାଇ ସେ କହେ

     ଇନ୍ଦ୍ର ପଦଟି ନେବାକୁ।


ମଦୁଆ ଆଖିରେ ଚ‌ଉଦ ଭୂବନ

    ଘୂରି ଯାଉଥିବା ବେଳେ,

ମାନବିକତାଟି ଦୂରେଇ ଯାଉଛି

    ଆଜି ଏହି ଟଙ୍କା ବଳେ।


ଚାକିରୀ କରିଛେ ଦରମା ପାଉଛେ

   କିଳା ପୋତି ବି ନେଉଛେ,

ଉପୁରି ଟଙ୍କାକୁ ମଦ ମାଉଁସରେ

   ବେକାରରେ ସାରୁଅଛେ।


ମଦ ଅଟେ ନିଶା ଟଙ୍କା ବି ତ ନିଶା

    ଦୁଇଟି ଘାରେ ଆମକୁ,

ଠିକ୍ ଅନୁଚିତ୍ ଚିନ୍ତା କରିବାର

    ବୁଦ୍ଧି ଆସେନି ମୁଣ୍ଡକୁ।


ଟଙ୍କା ସର୍ବସ୍ବଟି ସଂସାରରେ ଆଜି

   ମଦ ତା ଲାଞ୍ଜ ଧରିଛି,

ଟଙ୍କା ପାଇଁ ବଞ୍ଚେ ଡେଞ୍ଜର ରୋଗୀଟି

    ଭଲ ଲୋକ ମରୁଅଛି।


ଏହି ଟଙ୍କା ପାଇଁ ଇଜ୍ଜତ କେ ବିକେ

    ଭୋକ ଜ୍ଵାଳା‌ ମାରିବାକୁ,

ମଦ ନିଶାରେ କେ ନିଲାମ କରୁଛି

    ନିଜ ମାନସମ୍ମାନକୁ।


କୁହାଯାଇପାରେ ଏଠାରେ ହେ ବନ୍ଧୁ

   ମଦ ଟଙ୍କା ସମ ନୁହେଁ,

ଟଙ୍କା ଆବଶ୍ୟକ ପ୍ରତ୍ୟେକ କାର୍ଯ୍ୟରେ

   ମଦ କାହିଁ ଖୋଜାହୁଏ ।


ମଦ ନେଇ ଯାଏ ଅବାଟକୁ ଭାଇ

    ଅସାଧ୍ୟ ରୋଗକୁ ଡାକେ,

ଟଙ୍କା ଲଗାଇଲେ ଉଚିତ୍ ମାର୍ଗରେ

    ବିପଦୁଁ ଆମକୁ ରଖେ ।


Rate this content
Log in

Similar oriya poem from Comedy