STORYMIRROR

Biswajit Sahoo

Children

3  

Biswajit Sahoo

Children

ମାତୃତ୍ଵ ଦିବସ

ମାତୃତ୍ଵ ଦିବସ

1 min
287

କେମିତି କହିବି କେମିତି ଲେଖିବି,

କିଛି ଭାବିି ପାରୁୁୁ ନାହିଁ ,

ମନର କୋହରେ କେତେ ଆବେଗରେ ,

ହଜି ଯାଇଅଛି ମୁହିଁ।


ଜନ୍ମ ପରଠାରୁ ଆଜି ଯାଏଁ ମୋତେ, 

ଦେଇ ଅଛି କେତେ ସ୍ନେହ,

ଗୋଟିଏ ଦିନରେ ଏତେ ସବୁ କଥା,

କେମିତି କହିବି କୁହ।


ପ୍ରତିଦିନ ଆଉ ପ୍ରତି ମୁହୂର୍ତ୍ତରେ ,

ଦେଇ ଅଛି ତାକୁ ଦୁଃଖ,

ଭୁଲିକି ପାରିବ ସବୁ ଯନ୍ତ୍ରଣାକୁ ,

ପାଇ କ୍ଷଣକର‌ ସୁଖ।


ବର୍ଷ ବର୍ଷ ଧରି ଯତ୍ନ ନେଉଥିବା,

'ବୋଉ' ପାଇଁ ଦିନଟିଏ,

ସେଥିପାଇଁ ବୋଧେ ମାତୃତ୍ଵ ଦିବସ,

ସବୁ ବର୍ଷ ଆସୁଥାଏ।



Rate this content
Log in

Similar oriya poem from Children