ଜାତି ନନ୍ଦିଘୋଷ
ଜାତି ନନ୍ଦିଘୋଷ
ଜାତି ନନ୍ଦିଘୋଷ ଅଟକି ଯାଇଛି
ହିଂସା ଅଗଣାରେ ଆଜି
ଲୋଭୀ, ଅପରାଧୀ ଭିଡ଼ିକି ଟାଣନ୍ତି
ଦେଶର ବଇରୀ ସାଜି
ମଣିଷ ହୋଇକି ମଣିଷକୁ ଆଜି
ମାରନ୍ତି କଂସେଇ ହୋଇ
ଅନ୍ୟାୟ, ଅସତ୍ୟ ହୋଲି ଖେଳୁଛନ୍ତି
ସତ୍ୟକୁ ଫାଶୀ ପକାଇ
ଜାତି, ଧର୍ମ ନାମେ ସଭିଏଁ ଯାକର
ହିଂସାର ନିଆଁରେ ଜଳି
ଅମଣିଷ ପରି ବେଭାର କରନ୍ତି
ନରକେ ହୋଇଣ ମେଳି
ପାପ, ପୁଣ୍ୟ କଥା ଭୁଲିଯାଇଛନ୍ତି
ପଶୁହୀନ ଆଚରଣେ
ନିରୀହ ନାରୀର ଇଜ୍ଜତ ଲୁଟନ୍ତି
ଦୟା ବି ନଥାଏ ମନେ
