ଏଣୁତେଣୁ 18
ଏଣୁତେଣୁ 18
ଲୁହ ହିଁ ସେ ଇନ୍ଧନ
ଯିଏ କବିତାକୁ ସିଝାଏ ବାସ୍ନା ବାହାରିବା ଯାଏଁ
ହସ ତ ଓଠର ଦୁଇ ପାଖୁଡ଼ା
ସଞ୍ଜ ହେଉ ହେଉ ଆପେ ଆପେ ମଉଳି ଯାଏ,
ହସେନି ମୁଁ, ସେ କଥା ନୁହଁ... ଖୁବ୍ ହସେ
ଗାଲରୁ ନିଗିଡ଼ି ଲୁହଧାର ପାଟିରେ ପଶିବା ଯାଏଁ
କାନ୍ଦେ ବି ଏମିତି ବେଳେବେଳେ
ଭିଜେନି ଆଖି, ଓଦା ହୁଏନି ପଣତ,
ଲୁହ ସବୁଯାକ ଛାତିର କୋହ ତଳେ ଲୁଚିଯାଏ ।