STORYMIRROR

Tankadhar Majhi

Abstract

2  

Tankadhar Majhi

Abstract

ଚାଲ୍ ଆମେ..!

ଚାଲ୍ ଆମେ..!

1 min
112

ଚାଲ୍ ଆମେ ଉଡିଯିବା

ଚାରି ଡେଣା ଝାଡ଼ି

ଗଗନେ ଗଗନେ

ଘର ଚଟିଆ ହୋଇ 

ସ୍ଵର୍ଗ ସୁଖ ଆଡ଼କୁ


ଚାଲ୍ ଆମେ ଖାପଖୁଆଇବା

ଅନ୍ତସନ୍ତ ସହରର

ଦିମ୍ ଦିମ୍ ଆଲୋକରେ 

କୀଟ ପତଙ୍ଗ ପରି

ବାଟବଣା ହେଉଥିବା


ଚାଲ୍ ଆମେ ପିଇଯିବା

ଯାତନାର ଲୁହ 

ଓଠରେ ଓଠରେ

ଭିନ୍ନ ଭିନ୍ନ ତୃଷ୍ଣା ମେଣ୍ଟାଇ

ଜୀବନରେ ତୃପ୍ତି ଆଣିବା


ଚାଲ୍ ଆମେ ଲମ୍ବିଯିବା

ଏକୂଳରୁ ସେ କୂଳକୁ

ରାଗ-ରୁଷା ଭୁଲି

ଯୋଡ଼ିଦେବା ସମ୍ପର୍କର ବାଟ

ପ୍ରେମପାଦ ଚାଲୁଥିବ ସେଠି


ଚାଲ୍ ଆମେ ବଢି଼ଯିବା

ଆକାଶ ଦେଶକୁ 

ଅଳପ ଦୂରକୁ 

ରଙ୍ଗିନ ଫୁଲ ଗଛ ହୋଇ

ପୁନଶ୍ଚ ବୀଜରୁ ଗଛ ହୋଇ


ଚାଲ୍ ଆମେ ଫେରିଯିବା 

ପ୍ରେମ ଦୁନିଆକୁ

ସପନର ଉପଗ୍ରହକୁ 

ନାୟକ-ନାୟିକା ହୋଇ 

ଅର୍ଧ ଗଳ୍ପର ପୂର୍ଣ୍ଣ କଥା ସାଜି


Rate this content
Log in

Similar oriya poem from Abstract