STORYMIRROR

Bikesh Sahu

Romance

2  

Bikesh Sahu

Romance

ଆଉ କ’ଣ ଲୋଡ଼ା

ଆଉ କ’ଣ ଲୋଡ଼ା

1 min
13.2K


ମୋ ଜୀବନର ଅୟଆରମ୍ଭରେ ବି ତୁମେ

ମୋ ଜୀବନର ଅନ୍ତରେ ବି ତୁମେ

ମୋର ଆଶା ବି ତୁମେ

ମୋ ଜୀବନର ଭରସା ବି ତୁମେ

ଏତିକି ତ ମୁଁ ବୁଝି ସାରିଛି

ତୁମ ବିନା ମୁଁ ବଂଚି ପାରେନା

ହେଲେ ତୁମେ କେଉଁ ଦିନ ବୁଝିବ

ସେଇ ଦିନକୁ ମୋର ଅପେକ୍ଷା।

ତୁମକୁ ତୋ ମୁଁ ନିଜର କରିସାରିଛି

ହୃଦୟ କୁଟୀରରେ ବସାଇ ସାରିଛି

ଏତିକି କଣ ଯଥେଷ୍ଟ ନୁହେଁ ?

ମିଛି ମିଛିକା ଏଇ ଦୁନିଆଁ ଆଗରେ

ବାଜା ରୋଷଣୀ ବଜାଇ

ପଣ୍ଡିତର କୋଉ ବେଦ ପୁରାଣର

ଦୁଇ ଚାରୋଟି ମନ୍ତ୍ରରେ ନୁହେଁ କି

ହସ୍ତ ବନ୍ଧନ କି ଅଗ୍ନି ପରିକ୍ରମା କରି ନୁହେଁ

ମୋ ହୃଦୟ ଡୋରିରେ

ତୁମ ହୃଦୟକୁ ବାନ୍ଧି

ମୁଁ ତୁମକୁ ନିଜର କରିଛି ।

କାଣିଚାଏ ସିନ୍ଦୁର ମୁଁ ଦେଇ ପାରିନି ସତ

ଦୁଇପଟ କାଚ ଚୁଡି ହାତକୁ ଦେଇନି ସତ

ହେଲେ ତା’ଠୁ ବି ମୂଲ୍ୟବାନ ଜିନିଷଟେ ଦେଇଛି

ସେ ହେଲା ମୋ ମନ ଓ ହୃଦୟ

ହେଇ ପାରେ ତୁମ ପାଇଁ ତାହା ମୂଲ୍ୟହୀନ

ହେଲେ କଣ କରିବି ପ୍ରିୟା

ତା’ଠୁ ବଳି ମୂଲ୍ୟବାନ ଆଉ ମୋ ପାଖରେ କିଛି ନାହିଁ ।

ମାଗିବ ଯଦି ଦେଇ ପାରିବିନି ଏଇ ଜୀବନଟା

କାହିଁକି ନା ସାରା ଜୀବନଟା

ତୁମ ସହ କଟେଇ ବି ବୋଲି କଥା ଦେଇ ସାରିଛି

କୁହ ଆଉ କଣ ଲୋଡ଼ା ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance