ଦ୍ରୋପତି ମୁର୍ମୁ
ଦ୍ରୋପତି ମୁର୍ମୁ
ନୁହେଁ ସେ ପାଞ୍ଚାଳୀ
ପାଣ୍ଡଵ ଘରଣୀ
ନୁହେଁ ଦ୍ରୁପଦ ନନ୍ଦିନୀ
ମହାଭାରତର
ନାୟିକା ନୁହେଁ ସେ
ଭାରତ ରାଷ୍ଟ୍ରର ରାଣୀ !
ଉବରବେଡା ଗାଁ ର
ଆଦିବାସୀ ଝିଅ
ଅସାଧାରଣ ପ୍ରତିଭାରେ ଧନୀ
ବଣୁଆ ମାଟିର
ଟାଣୁଆ ଝିଅ ସେ
ଦ୍ରୋପତି ମୁର୍ମୁ ତା ପରିଚୟ
ଆଖିରେ ଧରି
ଆଖିଏ ସପନ
ଓଡିଶାର ନାମ କଲା ସେ ରୋଶନ
ଇତିହାସେ ଲେଖି
ସର୍ବୋଚ୍ଚ ପଦ
15ତମ ରାଷ୍ଟପତି ସାଜି
ପାହାଡ଼ପୁରୁ ପଲ୍ଲୀଠାରୁ
ଦିଲ୍ଲୀଲମ୍ବା ପଥଯାତ୍ରା
ଧନ୍ୟ ଧୌଯ୍ୟା ପରାକାଷ୍ଠା
ଆଦିବାସୀ ଗାଁ ର
ପାଣି ପବନରେ ବଢି
ମହକିଲ ସାରା ଦେଶେ
ରାଜ୍ୟର ବୌଭବ
ଦେଶର ଗୌରବ
କୋଟିଏ ଭାରତୀୟଙ୍କ ପ୍ରେରଣା
ଅଭିନନ୍ଦନ ଓଡିଆ
ମାଟିର ଝିଅ
ଧନ୍ୟ ତୁମ ଜୀଵନ
ଜନ ସେବାରେ
ଆଚାରେ ବିଚାରେ
ଯା ହୃଦେ ସଦା ଵିହାରେ
କରୁଛି ସ୍ୱାଗତ
ଜଗତ ହିତରେ
ଦେବ ଜାତି ପରିଚୟ
ମାନବ ସେବାଯେ
ମାଧବ ସେବା
ବିଷର୍ଣ ମୁଖରେ ହସ ଫୁଟାଇବା ତୁମ ପ୍ରଚେଷ୍ଟା
ପ୍ରଜାପତି ବ୍ରହ୍ମା କୁମାରୀଙ୍କୁ
ସମର୍ପଣ ହୋଇ
କରିଗଲ ଜନ ସେବା
ରାଇରଙ୍ଗପୁର ଜଙ୍ଗଲ
ମୁଲକ
ସିଏ ବନବାସୀ ଝିଅ
ଟଳି ଯାଇନାହିଁ
ଜୀବନ ସଂଗ୍ରାମୁ
ଭାଙ୍ଗି ନାହିଁ ହତାଶରେ
ସ୍ୱାମୀ ପୁତ୍ର ହରା
ଯାଜ୍ଞସେନୀ ସିଏ
ଜଳିଛି ଦୁଃଖ ନିଆଁରେ
ଆଜି ସାଜିଛନ୍ତି
ଭାରତର ପ୍ରଥମ ନାଗରିକ
ଆହା କି ତୁମର ଚେଷ୍ଟା
ଦରିଦ୍ର ମଣିଷ
ଏବେ ଦେଖିବ ସପନ
ତୁମ ଉପରେ ରଖି ଆଶା
ଚାହିଁଲେ ମଣିଷ
ନ କରିବ କିସ
ମନରେ ଥିଲେ ଦୃଢ ବିଶ୍ୱାସ
ଧନ୍ୟ ତୁମ ସେବା
ଧନ୍ୟ ତୁମ ବିଚାର
ପୂଣ୍ୟ କରି ପାଇଅଛ ସବୁ ପଥ
ସାଧନାରେ ସିଦ୍ଧି
କର୍ମେ ଉପଲବ୍ଧି
ହୋଇ ଜନ ସେବା ବ୍ରତୀ
କାଉନସିଲ୍ ରୁ ଗଭର୍ଣ୍ଣରର
ବିଧାୟକ ମନ୍ତ୍ରୀ
ରାଜ୍ୟପାଳ, ରାଷ୍ଟ ପତି
ଧନ୍ୟ ସେ ଦ୍ରୋପତି
ଧନ୍ୟ ତା ପ୍ରଚେଷ୍ଟା
ଧନ୍ୟ ସେ କର୍ତ୍ତବ୍ୟ ନିଷ୍ଠା
ଦୁଷ୍ଟ ଦୁଃଶାସନ
ବିନିଷ୍ଟ କାରଣେ
ନେବେହେ ବଜ୍ର ଶପଥ
ରାଇରଙ୍ଗପୁର
ରାଇ ସେନା ରାଣୀ
ଓଡିଶା ମାଟିର ଝିଅ
ରାଜନୀତି ଜୀବନରେ
ଶାନ୍ତ, ସରଳ ମନ
ନାରୀ ଜାତିଙ୍କ ସେ ଟେକ
ଆମ ସଂସ୍କୃତି, ପରମ୍ପରା
କେତେ ଯେ ମହାନ
ଜଣାଇଲ ସାରା ଦେଶେ
ତୁମ ଚଲା ପଥ
କୁସୁମିତ ହେଉ
ବହୁ ଦୂରେ ରହି କାମନା କରୁଛି ।
