STORYMIRROR

sulochana Bisoyi

Inspirational

3  

sulochana Bisoyi

Inspirational

ପ୍ରତ୍ୟାଶା

ପ୍ରତ୍ୟାଶା

1 min
461


ମନୁଷ୍ଯ ମନରେ ଆଶା ଅସୁମାରୀ

          ନିତ୍ଯେ ବିକଶିତ ବଟଵୃକ୍ଷ ପରି

ଷଡରିପୁ ରହେ ସେ ବୃକ୍ଷେ ଆବୋରି

           ଅମୃତ ର ପଥେ ସଦା ସାଜି ଅରି ......

ଶାଶ୍ଵତକୁ ତେଜି ନସ୍ୱରେ ନିମଜ୍ଜି

           ଭ୍ରମଜାଲେ ପଡେ ଜାଣି ଚକ୍ଷୁବୁଜି

ଜାଲେ ଛଟପଟ କରମ କୁ ହେଜି

           ବ୍ୟାଧ ରୂପୀ ମୃତ୍ୟୁ ସମ୍ମୁଖେ ବିରାଜି .......

ଶୋକର ଅନଳେ ବିଦଗ୍ଧ ହୋଇ

            ପାପ କବଳରୁ ବନ୍ଧନ ଫିଟାଇ

ଅଭ୍ର ଛାୟା ଦେଇ ଯେହ୍ନେ ଭାନୁ ଦିଶଇ

             ବିବେକ ଜାଗ୍ରତ ହୋଇଯେ କହଇ........

ପ୍ରତ୍ଯାଶା ରଖି କୁଟୁମ୍ବ ପୋଷିଲୁ

              ମିଛ ମରୀଚିକା ପଛେ ଧାଇଁଲୁ

ନଦେଖି ନଖାଇ ଧନ ସଂଚୟ କଲୁ

              ମଧୁ ମକ୍ଷିକା ଯେହ୍ନେ ନିରାଶ ହେଲୁ.......

ଦାରା, ସୂତ ଆଉ ବନିତା ପାଶେ

              ଅନ୍ତିମ କାଳରେ ସାହାରା ଆଶେ

ପୀରତି କରିଲୁ ଅନିତ୍ଯେ ବିଶ୍ବାସେ 

             ହରି ନାମ କେବେ ତୋତୁଣ୍ଡେ ନ ପଶେ........

ବଂଚି ରହିବୁତୁ ଏବେ ଯେତେ କ୍ଷଣ

             ଶ୍ରୀ ଚରଣେ ଧ୍ଯାନ କର ଅନୁକ୍ଷଣ

ବଡ଼ ଦୟାଳୁ ସେ ପରମ କାରଣ

             ଭଜିଲେ ପଶିବୁ ଶ୍ରୀ ଛନ୍ଦା ଚରଣ . ........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational