STORYMIRROR

Puspanjali Panda

Abstract

2  

Puspanjali Panda

Abstract

ଗାଁ ,ମା ଆଉ କରୋନା

ଗାଁ ,ମା ଆଉ କରୋନା

1 min
183

ଏମିତି ଶୁନ୍ ଶାନ୍ ନୀରବତା

ବେଳେ ବେଳେ ଭାରିଭଲଲାଗେ

ଏବେତ ଘରେ ସବୁବେଳେ

କିଛି ଦିୱଧା ନାହିଁ ମା କଥା ମାନିବାରେ

ବାପାଙ୍କ ସହ ମିଶି ଖାଇବାରେ

ପୁରା ପରିବାର ବସି ଟିଭି ଦେଖିବାରେ

କରୋନା ଭୟ ଟା ଏମିତି ସତରେ

ଘର ଦୁଆର ସବୁ ସଫା ସୁନ୍ଦର

ଭୟ କରୋନାର

ଘରେ ସତରେ ମା ଅଛି ବୋଲି

ଶାନ୍ତି ରେ ବସିଛୁ ସଭିଏଁ

ବାହାର ମନା

ହାଟ ବାଟ ସବୁ ମନା

ଏବେ ବୁଝାପଡୁଛି

ମା ଏତେ ଖୁସୀରେ ଘର ଭିତରେ କେମିତି

ଏପଟ ସେପଟ ହୁଏ

ଦିନ ତମାମ୍ କାମ କରୁଥାଏ

ଗରମ ଭାତ କୋଳଥ ଡାଲି

ଆଳୁ ଭର୍ତା ଏତେ ସୁଆଦିଆ

ଅନେକ ଦିନରୁ ,ପିଜା ପେଟିସ ,ଜମାଟୋ ବିରିଆନି

ଖାଇବା ଦିନରୁ

ଟେଷ୍ଟ ଭୁଲିଯାଇଥିଲି

ମା ହାତରନ୍ଧା ମା ପରି

ଶାନ୍ତି ରେ ଖାଉଛି

ପିଜା ବର୍ଗର ଭୂଲିଛି

ପିଢା ରେ ବସିଛି

ମା ଏବେବି ତାଗିଦ କରୁଛି

ଏବେ ବି ମା ଡ଼ର ରେ

ହାତ ଗୋଡ଼ ଧୋଇ ଖାଇଦିଏ

ଗାଁ ଆଉ ମା ଭାରି ନିଜର 

ଏଠି ଟିକିଏ ବି ନାହିଁ କରୋନା ଡ଼ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract