STORYMIRROR

Tankadhar Majhi

Abstract

2  

Tankadhar Majhi

Abstract

-: ମୁଁ ସ୍ବପ୍ନରେ ଦେଖିଛି :-

-: ମୁଁ ସ୍ବପ୍ନରେ ଦେଖିଛି :-

1 min
408


ମୁଁ ସ୍ବପ୍ନକୁ ଧୂଳି ମାରି ଶୋଇଛି 

ନିର୍ଜୀବ ନିଦର ଖଟରେ


ଆଖି କୋରଡରେ ଲୁଚି

ଦେଖିଛି ଅଭିଶପ୍ତ ସ୍ବପ୍ନ


ଶୁଣିଛି ହୋହାଲ୍ଲା କ୍ରନ୍ଦନ 

କିଛି କ୍ଷଣ ପାଇଁ ଜଡ ପାଲଟି ଯାଇଛି


ପୁଣି ବିଳାସୀ ଶେଯରେ ନିଶ୍ବାସ ଫେରାଇ

ସହ୍ୟ କରିଛି ବିଫଳତାର ବ୍ୟାଧିକୁ 

ଡରିଛି ମିଥ୍ୟା ପାଇଁ ଚାବୁକ ଦେଖି


ଭଲ ହେବାର ଅଭିନୟ କରିଛି 

କିନ୍ତୁ ସେ ସ୍ବପ୍ନ ଚେତାଇ ଦେଇଛି ଯେ

ଭଲ ହେଲେ ଅଭିନୟର ଦରକାର ପଡେନା

ସେ ସତ କହିଛି ମଣିଷ ରୂପରେ


Rate this content
Log in

Similar oriya poem from Abstract