STORYMIRROR

MADHU MITA

Abstract

2  

MADHU MITA

Abstract

ସିନ୍ଦୁରା

ସିନ୍ଦୁରା

1 min
326

ରକ୍ତିମ ଆଭା ଚାରିଆଡ଼େ

କହୁଛି ସେ ଆସିଗଲେଣି

ଆଉ ଏଥର ଭୟ ନାହିଁ

ଅନ୍ଧକାର ଅପସରି ଗଲାଣି


କିନ୍ତୁ..ତଥାପି କେଜାଣି କାହିଁକି

ରାତି ଆହୁରି ଦୂର ହେଉନି

ଆକାଶ ଫର୍ଚ୍ଛା ଦେଖା ଗଲେ ମଧ୍ୟ

ସୂର୍ଯ୍ୟ ଉଦୟ ହୋଇ ପାରୁନି


ମନ ଆକାଶ କଣ ଏତେ ଗହୀର

ଆଶା ସୁରଜ କଣ ଏତେ ନିଷ୍ଠୁର

ନା ସମୟ ସତରେ କେବେ ନୁହେଁ କାହାର

ତେଣୁ ସିନ୍ଦୂରା ଫାଟିଲା ପରେ ମଧ୍ୟ

ସୂର୍ଯ୍ୟୋଦୟ ସମ୍ଭବ ହୋଇନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract