STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ମା ଶକ୍ତିଙ୍କ କୁଷ୍ମାଣ୍ଡା ରୂପ

ମା ଶକ୍ତିଙ୍କ କୁଷ୍ମାଣ୍ଡା ରୂପ

1 min
139


ଦୁର୍ଗାଙ୍କ ପୂଜନ କୁଷ୍ମାଣ୍ଡା ରୂପରେ ଚତୁର୍ଥ ଦିନରେ ଭାଇ,

କଲେ ଆରାଧନା ରୂପକୁ କୁଷ୍ମାଣ୍ଡା

ପ୍ରାପ୍ତି ସିଦ୍ଧ ପାଣ୍ଠି ଭାଇ।


ରୋଗ ଶୋକ ସବୁ ଦୂର ହୋଇ ଯାଏ କୁଷ୍ମାଣ୍ଡାଙ୍କର ଭକ୍ତିରେ

ସଫଳତା ପ୍ରାପ୍ତି ହୁଏ ଟି ଭକ୍ତିରେ

ସମ୍ମାନ ମିଳେ ସଂସାରରେ।


ଚତୁର୍ଥ ଦିନର ଶକ୍ତିଙ୍କ ପୂଜନ କୁଷ୍ମାଣ୍ଡା ରୂପରେ ଭାଇ,

କ୍ରୀତି ପ୍ରାପ୍ତି ହୁଏ ଜୀବନ ଯାତ୍ରାରେ

କୁଷ୍ମାଣ୍ଡା ପୂଜନେ ଭାଇ।


ବସ୍ତ୍ର ହଳଦିଆ ଶୁଭ ଅଟେ ଭାଇ ପିନ୍ଧି ଥାନ୍ତିରେ ମହିଳା,

ପୂଜନ ଭକ୍ତିରେ ରୂପକୁ କୁଷ୍ମାଣ୍ଡା

ହଳଦୀ ବସ୍ତ୍ରେ ମହିଳା।


ହଳଦିଆ ରଙ୍ଗ ଖୁସିର ପ୍ରତୀକ ଖୁସିର ସୃଜନ ପରା,

ସ୍ବାମୀ ପ୍ରତି ଭକ୍ତି ପ୍ରଗାଢ ଟି ହୁଏ

ଗୃହସ୍ତାଶ୍ରମରେ ପରା।


ଜ୍ଞାନର ସଞ୍ଜାର ହୁଏ ଜୀବନରେ କୁଷ୍ମାଣ୍ଡା ପୂଜନେ ଭାଇ,

ଆଦି ଶକ୍ତିଙ୍କର ରୂପରେ କୁଷ୍ମାଣ୍ଡା

ତାଙ୍କରି ପୂଜନ ଭାଇ।


ହଳଦିଆ ରଙ୍ଗ ପରିଧାନ ଯହିଁ ଶୁଭାଶିଷ ଦେବୀଙ୍କର,

ଆଦର ଭକ୍ତିରେ କରିଲେଟି ପୂଜା

ଆଶିର୍ବାଦ ଶକ୍ତିଙ୍କର।


ଢୋଲ ଓ ମହୁରୀ ତାଳେ ତାଳେ ବାଜେ ଭକ୍ତିର ହୁଏ ଗୁଞ୍ଜନ,

ଜଗତ କଲ୍ୟାଣେ ଶକ୍ତି ଆଗମନ

ଆଜଟି ଚତୁର୍ଥ ଦିନ।


ନବରାତ୍ରର ଏ ଚତୁର୍ଥ ଦିନଟି ଦେବୀ ସ୍ଥାନେ ନୃତ୍ୟ ଗୀତ,

ମହିଳା ନାଚନ୍ତି ବାଦ୍ୟ ତାଳେ ତାଳେ

ଗାଆନ୍ତି ଶକ୍ତି ସଂଗୀତ।


ଆଗମନ ଦେବୀ ମର୍ତ୍ତ୍ୟବାସୀ ପାଇଁ କରିବେ ରାଷ୍ଟ୍ର ମଙ୍ଗଳ,

ଆତ୍ମନିର୍ଭରଟି କରିବେ ରାଷ୍ଟ୍ରକୁ

କରିବେ ଜନ ସବଳ।


କରୁଅଛି ଭକ୍ତି କୁଷ୍ମାଣ୍ଡା ଚରଣେ ପଦେ ତଳେ ଭକ୍ତି ରହୁ,

ତୁହି ମା ଜନନୀ ଆଦି ଶକ୍ତି ମାତା

ହୃଦେ ତାଙ୍କ ଛବି ରହୁ।


ରାଷ୍ଟ୍ରବାସୀଙ୍କର ପୂର୍ଣ୍ଣ କର ଇଚ୍ଛା ରାଷ୍ଟ୍ର ହେଉ ବିଶ୍ବ ଗୁରୁ,

ରାଷ୍ଟ୍ରର ସଂସ୍କୃତି ଗୁଞ୍ଜୁ ବିଶ୍ବ ସାରା

ବୈଭବରେ ରାଷ୍ଟ୍ର ଭରୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract