ବାଟବଣା ପଥିକ
ବାଟବଣା ପଥିକ
ନିରାଶର ଆସରା ନେଇ
ହାରିଯାଇଥିବା
ବାଟ ବଣା ପଥିକ ପରି
ହୋଇଛି ନୀରବ
ବଞ୍ଚିବାକୁ ଶିଖାଉଥିବା
ସପନ ମାନେ ବି
ଚୁନା ଚୂନା ହୋଇ
ମୁହଁକୁ ମୋଡ଼ିଦେଇ
ହୋଇଛନ୍ତି ବେସାହାରା
ସବୁ କିଛି ଥାଇ ବି
ଲାଗେ ଶୂନ୍ୟ ଆଉ ସମାପ୍ତ
ହାତ ଧରି ବାଟ ଚାଲିବାକୁ
କଥା ଦେଇ
କଲେ ସାତପର
ସ୍ୱାର୍ଥ ପାଇଁ ହେଲେ ସ୍ୱାର୍ଥପର
ଏବେ ଚିହ୍ନି ବି
ପରିଚୟ ମାଗନ୍ତି
ଛାତିର ଦରଜକୁ
ଆଘାତ ଦେଇ
ନିରୀହ ମନକୁ
ହତ୍ୟା କରି
ଦେଖନ୍ତି ନୂଆ ନୂଆ ସପନ
ଆଉ ନୂଆ କରି ଜିଇଁବାର ଯୋଜନା
ସାଜନ୍ତି ବିଶ୍ୱାସଘାତକ
ବିଷ ଦେଇ ସରଳିଆ ମନରେ
ପାସୋରି ଦିଅନ୍ତି ପଛକଥା
ପୁରୁଣା ସ୍ମୃତି
ଆଉ ରାଣ ଖାଇ ଦେଇଥିବା କଥା
