STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବାଟବଣା ପଥିକ

ବାଟବଣା ପଥିକ

1 min
454

ନିରାଶର ଆସରା ନେଇ

ହାରିଯାଇଥିବା

ବାଟ ବଣା ପଥିକ ପରି

ହୋଇଛି ନୀରବ

ବଞ୍ଚିବାକୁ ଶିଖାଉଥିବା

ସପନ ମାନେ ବି

ଚୁନା ଚୂନା ହୋଇ

ମୁହଁକୁ ମୋଡ଼ିଦେଇ

ହୋଇଛନ୍ତି ବେସାହାରା

ସବୁ କିଛି ଥାଇ ବି

ଲାଗେ ଶୂନ୍ୟ ଆଉ ସମାପ୍ତ

ହାତ ଧରି ବାଟ ଚାଲିବାକୁ

କଥା ଦେଇ

କଲେ ସାତପର

ସ୍ୱାର୍ଥ ପାଇଁ ହେଲେ ସ୍ୱାର୍ଥପର

ଏବେ ଚିହ୍ନି ବି

ପରିଚୟ ମାଗନ୍ତି

ଛାତିର ଦରଜକୁ

ଆଘାତ ଦେଇ

ନିରୀହ ମନକୁ

ହତ୍ୟା କରି

ଦେଖନ୍ତି ନୂଆ ନୂଆ ସପନ

ଆଉ ନୂଆ କରି ଜିଇଁବାର ଯୋଜନା

ସାଜନ୍ତି ବିଶ୍ୱାସଘାତକ

ବିଷ ଦେଇ ସରଳିଆ ମନରେ

ପାସୋରି ଦିଅନ୍ତି ପଛକଥା

ପୁରୁଣା ସ୍ମୃତି

ଆଉ ରାଣ ଖାଇ ଦେଇଥିବା କଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract