ରାକା ରଜନୀର ଜହ୍ନ
ରାକା ରଜନୀର ଜହ୍ନ
ସୁଦାମ ପାଣିଗ୍ରାହୀ
ରାଜା ରାଜନୀର ମଧୁର ଲଗ୍ନେ,
ତମସାରେ ବୁକୁ ଚିରି
ଉଇଁ ଆସେ ଯେବେ ଆକାଶରେ ଜହ୍ନ
ଅପରୂପ ତନୁ ଧରି l
ସାଗରେ ବକ୍ଷରେ ଭରିଯାଏ କାହିଁ
ଅଭିନବ ଉନ୍ମାଦନା ?
କାହିଁକି ନାଚନ୍ତି ଅଗଣିତ ଉର୍ମି
ଜହ୍ନ ଏଠି ଆନମନା l
କେମିତିକା ଏହି ସମ୍ପର୍କର ଭାବ
ଅବାନ୍ତର ଲାଗେ କିଛି,
ଜହ୍ନର କୌଣସି ପ୍ରତିକ୍ରିୟା ନାହିଁ
ସାଗର ଉଛୁଲୁ ଅଛି l
କଇଁ ବି ଝୁରଇ ସରୋବରେ ଥାଇ
ଲାଗେ ବଡ଼ ଆଚମ୍ବିତ,
ଜହ୍ନ କି ବୁଝଇ ତା’ର ମନ କଥା
ସେ ବି ହୁଏ ଆହ୍ଳାଦିତ l
ସେ କାହିଁ ବୁଝିବ କଇଁର ବେଦନା
କେତେ ଗଭୀର ତା’ ପ୍ରେମ,
ଅକାରଣ ସିନା ତା’ର ସେ ଭାବନା
ମନରେ ସାଇତା ଭ୍ରମ l
ସେ ତା’ର ଆସି ଆପଣା ବାଟରେ
ଗାମଇ ଆପଣା ପଥେ,
କାହିଁକି ଅଯଥା ସମ୍ପର୍କ ଯୋଡ଼ିବ
ଅଜଣା ଅଚିହ୍ନା ସାଥେ l
କେବଳ ଜ୍ୟୋତ୍ସ୍ନାର ପରସ ପାଇଁକି
ସର୍ବଦା ଝୁରଇ କଇଁ l
ସେଥିଲାଗି ବୋଧେ ଲକ୍ଷେ ଯୋଜନରୁ
ପ୍ରୀତି ଆଶା ମନେ ନେଇ,
ଅପଲକେ ଚାହିଁ ରହିଥାଏ କଇଁ
ଜ୍ୟୋତ୍ସ୍ନା ପରଶ ପାଇଁ l