ଦେଶପାଇଁ
ଦେଶପାଇଁ
ନିଜ ସ୍ୱାର୍ଥ ପାଇଁ
ଗାନ୍ଧିଜୀ, ନେହେରୁ ବଞ୍ଚିଥା'ନ୍ତେ ତାଙ୍କ ଜୀବନ
ଜାଣିନ କି ଆଜି
ପରାଧୀନ ହୋଇ ଭୋଗୁଥାନ୍ତେ ଗୋରା ଶାସନ
ନିଜ ସ୍ୱାର୍ଥ ପାଇଁ
ନେତାଜୀ, ଶାସ୍ତ୍ରିଜୀ ଭୁଲି ଯାଇଥାନ୍ତେ ଦେଶକୁ
ଜାଣି ନ କି ତୁମେ
ନରକେ ସମସ୍ତେ ଥାଆନ୍ତେ ନ ବଢ଼ି ଟିକିଏ ଆଗକୁ
ନିଜ ସ୍ୱାର୍ଥ ପାଇଁ
କେତେ ଦେଶପ୍ରେମୀ ବଳି ଦେଇଛନ୍ତି ଜୀବନ
ଜାଣି ନ କି ତୁମେ
କିପରି ତାଙ୍କର ଟେକ ରଖି ଦେବ ସମ୍ମାନ
ନିଜ ସ୍ୱାର୍ଥ ପାଇଁ
ଆଜିର ମଣିଷ ଦେଶକୁ ତ ଲାତ ମାରୁଛି
ଜାଣିଥାଅ ଯଦି ଏପରି କରିବ
ଅକାଳ ସମୟ ଆସୁଛି
ତୁମ ପାପ ପାଇଁ ଶାସ୍ତି ଥୁଆ ହୋଇଛି
