Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Madhumita Mishra

Inspirational

4  

Madhumita Mishra

Inspirational

ଜୀବନ ଦାନ

ଜୀବନ ଦାନ

1 min
370



ମୋତେ ତୁ ଆଜି ନିଜର କରିଛୁ

ଅଭୟ ଜଠରେ ଆଶ୍ରୟ ଦେଇଛୁ

ଚୌରାସୀ ଲକ୍ଷ ଯୋନି ଭ୍ରମଣର କ୍ଳାନ୍ତି

ତୋ କୋଳରେ ଆଜି ପାଉଛି ଶାନ୍ତି ।


କିଛି ମାଗିବିନି ମା..

ଯାହା ଦେବୁ ସେଥିରେ ଖୁସି ହେବି

ଜୀବନ ସାରା ତୋ ରୁଣୀ ମୁଁ ହେବି

ଆଖି ରେ ମୋ କୃତଜ୍ଞତାର ଲୁହ

ମନ ଭିତରେ ବଞ୍ଚିବାର ମୋହ ।


ଦୁନିଆ ଆଖିରୁ କେମିତି ବଞ୍ଚିବୁ

କାମନା ତାଡନା କାହିଁକି ସହିବୁ

ସୁରକ୍ଷା କିପରି କରିବି କହ

ଜନନୀ ଆଖିରେ ରକ୍ତ ର ଲୁହ ।


ଶାର୍ଦୁଳ ବୁଭୁକ୍ଷୁ ଘେରି ରହିଛନ୍ତି

ଯୌତୁକ ରାକ୍ଷସ ଏଠି ମାତିଛନ୍ତି

ପ୍ରତି ପଦେ ତୋତେ ଝୁଣି ଖାଇବାକୁ

ଶରୀରେ ମନରେ କ୍ଷତ ଭରିବାକୁ ।


ମୃତ୍ୟୁ କାମୀ ହୋଇ ଜୀବନ ଦେବିନି

ତୋ କଷ୍ଟ ଯନ୍ତ୍ରଣା କେବେ ଚାହିଁ ବିନି

ଏ ଦୁନିଆ ନୁହେଁ ଜୀବନ ସାପେକ୍ଷ

ଗର୍ଭେ ତୋତେ ଆଜି ଦେଇଦେଲି ମୋକ୍ଷ

ଆଖିରେ ମୋ ଲୁହ.. ବକ୍ଷେ ମୋର କୋହ

ଲୁହ ଅନୁତାପର.. ଅକ୍ଷମଣୀୟ ଅପରାଧର ।


Rate this content
Log in