STORYMIRROR

Chittaranjan Nanda

Abstract Others Children

3  

Chittaranjan Nanda

Abstract Others Children

ଗୁରୁ ମୋହର

ଗୁରୁ ମୋହର

1 min
127


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଈଶ୍ୱର,

ଗୁରୁ ବିନା ଜୀବନ ହୁଏ ଅନ୍ଧାର,

ମଣିଷ ଭୁଲ୍ କରେ,

ଘଟିଥାଏ ସଭିଙ୍କ ଜୀବନେ,

ସତ୍ ଶିକ୍ଷା ହୁଏ ପ୍ରେରଣାର ଉତ୍ସ,

ସେହି ଶିକ୍ଷା ଦିଅନ୍ତି ଯେ ଗୁରୁ,

ପରହିତ ପାଇଁ ପ୍ରାଣ ତାଂକ କାନ୍ଦେ, 

 ସେ ତ ଦିବ୍ୟ ଜୀବନର ମାନ l


ବହୁ ବିଜ୍ଞ ମାନବଙ୍କ ଦାନ,

ବିଶ୍ଵେ ଅତୁଳନୀୟ,

ଅଜ୍ଞାନ ଅନ୍ଧାର କରନ୍ତି ଦୂର,

ତାଙ୍କ ଗଢ଼଼ା ନବ ଉଦ୍ଭାବନେ ଆବିଷ୍କାରେ,

ସଂସାରର ମାନବ ଜୀବନ ହୁଏ ଧାବମାନ,

ଅନୁଭବେ କରୁଛନ୍ତି କେବେ ସତ୍ୟର ସନ୍ଧାନ

ଜ୍ଞାନାଲୋକ ଜାଳି ଅଜ୍ଞାନ ଦୂରେଇ

ଜୀବନ କରନ୍ତି ଧନ୍ୟ l


ଗୁରୁ ଶିଷ୍ୟ ପରମ୍ପରା,

 ଗୁରୁ ସନ୍ଦୀପନି

ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁ ବାଲ୍ମିକ, ଶୁକ୍ରାଚାର୍ଯ୍ୟ, ପର୍ଶୁରାମ,

ଗୁରୁ ଶିଷ୍ୟଙ୍କର ସମ୍ପର୍କ ଅଭିନ୍ନ,

ଅବିରତ ପୂରଣ କରନ୍ତି କର୍ତ୍ତବ୍ୟ ତାଙ୍କର l


ମାନବର ହିଂସା, ଦ୍ୱେଷ, ଘୃଣା, କ୍ରୋଧ, ଅଭିମାନର,

ଦୂର କରିବା ପାଇଁ ନିଜକୁ ହଜାନ୍ତି,

ଖୋଜିବାକୁ ଉଚିତ ପଥ ମୁକ୍ତିର,

ମାନବ ଚାହୁଁଥାଏ ମନ ଭିତର,

ହୃଦୟରେ ସ୍ମୃତି ଖୋଜୁଥାଏ,

ସେମାନଂକ ପାଦ ଚିହ୍ନ,

ଗୁରୁ ମୁକ୍ତିଦାତା ଗୁରୁ ଜ୍ଞାନଦାତା

ଦେଖାନ୍ତି ଆଲୋକ ପଥ,

ସେ ପରା ଗୁରୁ ଆମର |


ପ୍ରତି ମଣିଷର ସଦା ପୂଜନୀୟ,

ସେହି ମହାନ୍ ପୁରୁଷ,

ବିଶାଳ ହୃଦୟ ଅଧିକାରୀ,

ଗୁରୁ ଆମର,

ଜୀବନେ ସୁନ୍ଦର ଶିକ୍ଷା ଦିଅନ୍ତି,

ମୂଲ୍ୟହୀନ ବାକ୍ୟେ,

ନଷ୍ଟ କରିବାନି ମନ,

କରିବାନି କଦାଚନ,

ଆମେ ତାଂକ ଜୀବନ ପଥକୁ କରୁ

ଅନୁସରଣ,

ସେହି ପୁଣ୍ୟାତ୍ମାଙ୍କ ପାଦ ପଦ୍ମକୁ

ଆଜ କରୁ ସ୍ମରଣ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract