ଆହାରେ ନାହିଁ ଭଲମନ୍ଦ
ଆହାରେ ନାହିଁ ଭଲମନ୍ଦ
ଆହାରେ ଶୁଦ୍ଧତା ସମୟାନୁବର୍ତ୍ତିତା
ପ୍ରସ୍ତୁତିରେ ଲୋଡା ଶ୍ରଦ୍ଧା
ବୁଝେ ନାହିଁ କିଛି ଭଲ ଅବା ମନ୍ଦ
ବାଧା ପ୍ରତିବନ୍ଧ କ୍ଷୁଧା ।
ଆପଣାର ରୁଚି ପସନ୍ଦର ଖାଦ୍ୟ
ମିଳେ ନାହିଁ ସବୁବେଳେ
ନାକକୁ ଟେକିଲେ ରୁଚେ ନାହିଁ କିଛି
ଭୋକ ନିଆଁ ପୋଡି ଜାଳେ ।
ସ୍ଥାନ କାଳ ପାତ୍ର ଭେଦ ବିଶେଷରେ
ଖାଦ୍ୟଦ୍ରବ୍ୟ ଉପଲବ୍ଧି
ପ୍ରସ୍ତୁତି ପ୍ରଣାଳୀ ହୋଇପାରେ ଭିନ୍ନ
ବ୍ୟଞ୍ଜନ ଓ ଶାକସବ୍ଜି ।
ଆହର ସୁଷମ ଦେଇ ତୀକ୍ଷ୍ଣ ଧ୍ୟାନ
ଖାଦ୍ୟ ପୌଷ୍ଟିକ ଉତ୍ତମ
ଯେଉଁ ଦେଶ ଯିବ ସେ ଫଳ ଖାଇବ
ବାରିବନି ଭଲ ମନ୍ଦ ।
ଅଛି ନୀତିକଥା ଭାଗବତ ବାଣୀ
କରିବନି ଘୃଣା ଲାଜ
ସୁବିଶ୍ୱାସେ ଖାଦ୍ୟ କରିଲେ ଗ୍ରହଣ
ବୃଦ୍ଧି ହୁଏ ବଳ ତେଜ ।
