STORYMIRROR

PURUSOTTAM NAYAK

Abstract Others

3  

PURUSOTTAM NAYAK

Abstract Others

ଶେଷ ରାତି

ଶେଷ ରାତି

1 min
351

ଅର୍ବୁଦ ଅର୍ବୁଦ ମୁହୂର୍ତ୍ତ ପାରିହୋଇ

ଗୋଲାପର ଉପବନେ

ପୁଣି ମିଶ୍ରିତ ବାତାୟନେ

ଆସିଛି ଖର୍ବ ଢେଉ ଲଙ୍ଘି

ଛୁଇଁ ବାକୁ ଏକ ପାର୍ଶ୍ୱ କୁ

ଏଇ ଶେଷ ରାତି।।


ଥୁଣ୍ଟା ହୋଇଛି ଗଛ

ମେଞ୍ଚା ମେଞ୍ଚା ବାରୁଦର ଗନ୍ଧ

ଭାଙ୍ଗିଛି ଅନେକ କୋଣାର୍କ!

ବଢ଼ିଛି ଧରମାର ଦୁଃଖ

ବଦଳିଛି ଅନେକ ସମୀକରଣ

ଫି, ଦିନ ଅନେକ ରୋମାଞ୍ଚ

ଏଇତ ନିୟତିର ମଞ୍ଚ


ବଦଳିଛି ଭାଗ୍ୟ

ବଦଳିନି କି ଆମ ଭବିଷ୍ୟତ?

ଏଇତ ସବୁ ଅକୁହା 

ସବୁ ଅଜଣା,

ପାଇବନି ହାତ

 ସେ, ତ ଦୂରଦିଗନ୍ତ,

ନେଇ ଯାଅ ଏବେ ଦୀର୍ଘ ନିଶ୍ଵାସ

ପୁରୁଣା ଅଙ୍କକୁ ଆଉ, ନ କଷ,


ଆସି ଯାଉ ଶୁଭ ନବବରଷ

ନବ କର୍ମର, ନେଇ ଶୁଭଲଗ୍ନ

କ୍ଷଣକେ ଅପେକ୍ଷା କର!

ଇତି ହେଉ,

ଏଇ ଶେଷ ରାତି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract