STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଶରଧା ଟିକିଏ ଦିଅ

ଶରଧା ଟିକିଏ ଦିଅ

1 min
295


କହନ୍ତି ସହାସ୍ୟେ ମହର୍ଷି ଗୌତମ

ଶୁଣ ବତ୍ସ ସତ୍ୟକାମ

ଅରଜିଲେ ଶିକ୍ଷା ଧନ୍ୟ ହୁଏ ଶିଷ୍ୟ

ଚରିତ୍ର ହୁଏ ଉତ୍ତମ ।


ହୁଅ ଅବିଚଳ ଧୀର ସ୍ଥିର ଚିତ୍ତ

ଅନ୍ତରେ ରଖ ଶରଧା

କର ସୁକର୍ତ୍ତବ୍ୟ ଦେଇ ମନଧ୍ୟାନ

ଅତିକ୍ରମି ବିଘ୍ନ ବାଧା ।


ତୁମେ ପ୍ରିୟ ଶିଷ୍ୟ କରିଛ ସାଧନା

ରହି ଘୋର ବନାଶ୍ରମେ

ଗୋଧନ ଚାରିଶ କରିଛ ସହସ୍ର

ଆଚରି ତପ ସଯତ୍ନେ ।


କ୍ଷିତି ଅପ ତେଜ ମରୁତ ଆକାଶ

ପ୍ରକୃତିର ପଞ୍ଚତତ୍ତ୍ୱ

ପରଖି ନିରେଖି ଆହରିଛ ଜ୍ଞାନ

ବୁଝିଛ ପ୍ରାଣ ମହତ୍ୱ ।


ଜାଳିଦିଅ ବତ୍ସ ଜ୍ଞାନର ପ୍ରଦୀପ

ସ°ଯୋଗେ ଶରଧା ଘୃତ

ଅରଜିବ ଯଶ କରିଲେ ସତ୍କର୍ମ

ଅଭିଜ୍ଞତା ହେବ ପ୍ରାପ୍ତ ।


ଗୁରୁ ପାଦପଦ୍ମେ କରି ପ୍ରଣିପାତ

ଯୋଡ଼ହସ୍ତେ ସତ୍ୟକାମ

କହନ୍ତି ବିନୟେ ଜାବଳା ନନ୍ଦନ

ଦିଅ ଗୁରୁ ବ୍ରହ୍ମଜ୍ଞାନ ।


ଗୁରୁ କୃପା ବିନା ଅଟେ ଅସମ୍ଭବ

ଦିଅ ଅଭୟ ଆଶ୍ରୟ

ରହିଥାଉ ଲୟ ଭକତି ନିଷ୍ଠାରେ

ଶରଧା ଟିକିଏ ଦିଅ ।


Rate this content
Log in

Similar oriya poem from Inspirational