Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Bhunya

Inspirational

2  

Prasanta Bhunya

Inspirational

ସବୁ ପାଇଁ ଥାଏ ଶବ୍ଦଟିଏ

ସବୁ ପାଇଁ ଥାଏ ଶବ୍ଦଟିଏ

1 min
6.9K


 ସବୁ ପାଇଁ ଥାଏ ଶବ୍ଦଟିଏ

ତୁନେଇବାକୁ ଥିରି କରି

ପୋଛିବାକୁ ଦୁଇଧାର ଅଶ୍ରୁ

ସାଉଁଟି ନେବାକୁ ଦୀର୍ଘଶ୍ୱାସ

ତାବୁଡ଼େଇବାକୁ ପିଠି

ସବୁ ପାଇଁ ଥାଏ ଶବ୍ଦଟିଏ||

ଲାଜେଇ ଦେବାକୁ ପ୍ରିୟାରେ

ରକ୍ତିମ କରିବାକୁ ଓଷ୍ଠଧାର

ନୁଆଁଇବାକୁ ଆଖି

ବଢ଼େଇବାକୁ ସ୍ପନ୍ଦନ

ସବୁ ପାଇଁ ଥାଏ ଶବ୍ଦଟିଏ||

ସଙ୍ଖୋଳି ନେବାକୁ ସାରା ସଂସାର

ପରକୁ କରିବାକୁ ଆପଣାର

ଥାମି ନେବାକୁ ଅଭାବି ପ୍ରାଣକୁ

ନିଜକୁ ଅହଂରୁ ବ୍ରହ୍ମ କରିବାକୁ

ସବୁ ପାଇଁ ଥାଏ ଶବ୍ଦଟିଏ||

-ପ୍ରଭୂ


Rate this content
Log in

Similar oriya poem from Inspirational