ପଳାସ
ପଳାସ
ପୁରା ଭାରତ ବର୍ଷେ ଚର୍ଚ୍ଚା
ତୋ ରୂପ ଅରୁଣିମା
ତୁ ଅଟୁ ଚୈତ୍ରର କୁସୁମ
ପଳାସ ରାଜଜେମା ।
ପତ୍ରହୀନ ବୃକ୍ଷେ
ରକ୍ତିମ ପୁଷ୍ପେ ଭରା
ସୁଦୂରୁ ଦିଶୁ ଥାଏ
ବହ୍ନି ରୂପ ଏହି ଧରା ।
ଆକାରରେ ଦିଶେ
ଶୁଆ ଥଣ୍ଟ ପ୍ରାୟ ଏହା
ତେଣୁ ବୋଲାଇ ଥାଉ
ବକ୍ର ପୁଷ୍ପ ଆହା ।
ସୁନ୍ଦର ରୂପର ଅଧିକାରିଣୀ
କିନ୍ତୁ ଗନ୍ଧହୀନ
ଏଥି ନିମନ୍ତେ ଡାକନ୍ତି
ନିର୍ଗନ୍ଧା ନାମେ ଜନ ।
ନାଲି ଦାଉଦାଉ ହୋଇ ଝଲସି ଥାଉ
ସୁଦୂର ପ୍ରାନ୍ତରୁ
ତେଣୁ ରକ୍ତ ପୁଷ୍ପ ନାମେ ବର୍ଣ୍ଣିତ
ଜ୍ଞାତ ହେଲା ପୁରାଣରୁ ।
ଔଷଧୀୟ ଗୁଣେ ଭରପୁର
ତୁହି ଅଟୁ ଅତି ଦରକାରୀ
ପ୍ରତିଟି ଅଂଶ ପଳାସର
ସଭିଙ୍କ ପାଇଁ ବହୁ ଉପକାରୀ ।
ବର୍ଷକରେ ଥରେ ଆଗମନ କରୁ
ତୁହିରେ ପଳାସ
ସୁନ୍ଦର ବର୍ଣ୍ଣ ତୋର ସଭିଙ୍କ ମନେ
ଭରୁ ଉଲ୍ଲାସ ।
ସୌନ୍ଦର୍ଯ୍ୟ ଓ ଗୁଣେ କେହି ନୁହେଁ
ତୋ ସମତୁଲ
ପଡୋଶୀ ରାଜ୍ୟ ପ୍ରାନ୍ତେ ବୋଲାଉ
ତୁହି ରାଜ୍ୟ ଫୁଲ ।
