STORYMIRROR

Madhabi Patel

Inspirational

3  

Madhabi Patel

Inspirational

ସ୍ୱାସ୍ଥ୍ୟ କେନ୍ଦ୍ର

ସ୍ୱାସ୍ଥ୍ୟ କେନ୍ଦ୍ର

1 min
126

ଜୀବନର ଆରମ୍ଭ ଏଠାରେ

ଜୀବନର ଶେଷ ଏଠାରେ।

ସଂପର୍କର ଆରମ୍ଭ ଏଠାରେ

ସଂପର୍କର ଷେଷ ଏଠାରେ।

କାନ୍ଦଣାର ଆରମ୍ଭ ଏଠାରେ।

କାନ୍ଦଣାର ଶେଷ ଏଠାରେ।

ସୁଖର ଆରମ୍ଭ ଏଠାରେ।

ସୁଖର ଅନ୍ତ ବି ଏଠାରେ।

ଯନ୍ତ୍ରଣାର ଖୁସିର ହସର ଲୁହର

ଫେଣ୍ଟାଫେଣ୍ଟି ସହାବସ୍ଥାନ ଏଠାରେ।

ସଂପର୍କ ର ବନ୍ଧନ ର ପ୍ରଗାଢତା।

ସଂପର୍କ ହୁଗୁଳା ହେବାର ତିକ୍ତତା।

ପରୀକ୍ଷା ନିରୀକ୍ଷାର ଅନୁଭବ ଏଠାରେ।

ସୁଖର ଉନ୍ମୋଚନ ଓ ବିତୃଷ୍ଣା

ଭାବର ଆଗମନ ହୁଏ ଏଠାରେ।

ଚଳଚଞ୍ଚଳ କୋଳାହଳ ମୁଖର

ଏକ ପାନ୍ଥଶାଳାର ଜୀବନ।

କିଛି ଦିନର ରହଣୀ ପାଇଁ ଯା ଆସ।

ବେଡ ନମ୍ବର କେବିନ ନମ୍ବରକୁ

ନେଇ ପରିଚିତ କିଛିଦିନ।

ଏଠାରେ ହିଁ ଜନ୍ମ ଓ ମୃତ୍ୟୁର ସଂଗମ।

କେତେ ନୂଆଁ ଭବିଷ୍ୟତର ଆଗମନ।

କେତେ ବର୍ତମାନ ର ତିରୋଧାନ।

ଡାକ୍ତର ଓ ନର୍ସ ମାନଙ୍କର

ନିରବିଚ୍ଛିନ୍ନ ସେବାଦାନ।

ଅନେକ ଅନୁଭୁତିର ସଂଗମ ସ୍ଥାନ।

ଏଠି ହିଁ ସ୍ୱର୍ଗ ଏଠି ହିଁ ଶ୍ମଶାନ।

ଯାହାକୁ କହନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ସେବାସଦନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational