STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ବୀର ଓଡ଼ିଆ

ବୀର ଓଡ଼ିଆ

1 min
145

ଲଢ଼ରେ ଓଡ଼ିଆ ଲଢ଼

ଭେଦଭାବ ସବୁ ଛାଡ଼

ତନ୍ଦ୍ରାଳସକୁ ଦୂରେ ତଡ଼

ଅଣ୍ଟାକୁ ସଳଖି ଭିଡ଼

ବାହାରକୁ ଗୋଡ଼ କାଢ଼

ଆଗକୁ ଆଗକୁ ବଢ଼

ଦୂର ଗଗନରେ ଉଡ଼

ନୂଆ କୀର୍ତ୍ତିରାଜି ଗଢ଼

ନିଜ ହକ୍ ଲାଗି ଲଢ଼଼

ଲଢ଼ରେ ଓଡ଼ିଆ ଲଢ଼!!

ଲଢ଼ରେ ଓଡ଼ିଆ ଲଢ଼

ଲଢିବା ତୋହର କର୍ମ 

ଲଢିବା ତୋହର ଧର୍ମ 

ଲଢ଼ିବାରେ ତୋର ଗର୍ବ 

ଲଢ଼ିବାରେ ତୋର ଗୌରବ

ଲଢିବାରେ ତୋର ଚୌବର୍ଗ 

ଲଢିବା ତୋର ପୁରୁଷାର୍ଥ 

ଲଢିବା ତୋର ବିଧି ନିର୍ଦ୍ଦିଷ୍ଟ 

ତୁହି ତ ନିମିତ୍ତ ମାତ୍ର 

ଲଢ଼ରେ ଓଡ଼ିଆ ଲଢ଼!!

ନାର୍ଯ୍ୟ ଅଧିକାର ସହିତ 

ସଗୌରବେ ମଥା ଟେକି 

ବଞ୍ଚିବା ପାଇଁକି ଏଠି 

ତୋତେ ଲଢ଼ିବାକୁ ହେବ 

ନିଷ୍ଠୁର ନିୟତି ସାଥିରେ 

ବାରମ୍ବାର ପ୍ରତିଶୋଧ ଭାବନାରେ

ଜର୍ଜରିତା ବିକ୍ଷୁବ୍ଧା ପ୍ରକୃତି ସାଥିରେ 

ଅବିଶ୍ଵାସୀ ପ୍ରତିବେଶୀ ସାଥିରେ 

ବରାବର ଅବହେଳା ବୈମାତୃକ

ମନୋଭାବ ପୋଷଣ କରୁଥିବା

କେନ୍ଦ୍ରୀୟ ନେତୃତ୍ୱ ସାଥିରେ 

ସଂଘୀୟ ବ୍ୟବସ୍ଥା ସାଥିରେ 

ସର୍ବୋପରି ତୋହରି 

ବିଡ଼ମ୍ବିତ ଭାଗ୍ୟ ସାଥିରେ!!

ବିଶ୍ଵ ଇତିହାସ ଅଛି ମୂକସାକ୍ଷୀ 

ଲଢ଼ିବା ଭୁଲିଛି ଯେଉଁ ଜାତି 

ହୋଇଯାଇଛି ବିଲୁପ୍ତ ଧରାରେ 

ନାହିଁ ତାହାର ନାମ ଚିହ୍ନ ବର୍ଣ୍ଣ

ମାନଚିତ୍ରରେ ଭୂଗୋଳ ପୋଥିରେ 

ଯେଉଁ ଜାତିଧରିଛି ଅସ୍ତ୍ର ଶସ୍ତ୍ର 

ଧରିତ୍ରୀ ହୋଇଛି ତା'ର ବଶ 

ବୀର ଭୋଗ୍ୟା ବସୁନ୍ଧରା ନ୍ୟାୟରେ

ଲଢ଼ି ଲଢ଼ି ବୀରଗତି ପ୍ରାପ୍ତ 

ହେବାର ଗୌରବ 

ନାହିଁ ଚିରକାଳ ଅମେରୁଦଣ୍ଡୀ 

ସମ ଅମର ରହିବାରେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational