STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଜୀବନ ଡ଼ଙ୍ଗା

ଜୀବନ ଡ଼ଙ୍ଗା

1 min
359

ସାତ ନଈ ସାତ ସାଗର ଅଟଇ

ଜୀବନର ଯାତ୍ରା ଏ ମହୀ ତଳେ

ଜୀବନ ଡ଼ଙ୍ଗାରେ ପାରି ହେବୁ ଯଦି

ବତାସ, ବିଜୁଳି ସହିଲେ ଚଳେ


ସଳଖି ଧରିବୁ କାତକୁ ତୋହର

ଢ଼େଉକୁ କି ଅବା ପାରିବୁ ଏଡ଼ି

ମଝି ନଈରେ ତୋ ଡ଼ଙ୍ଗା ବୁଡ଼ିଯିବ

ଅକାଳେ ସରିବ ଜୀବନ ଘଡ଼ି


ସତ୍ୟର ସାରଥୀ ନ୍ୟାୟର ନାଉରି

ହୋଇ ଡ଼ଙ୍ଗା ପାରି ହେବୁ

ମିଥ୍ୟାବାଦୀ ହୋଇ କୁକର୍ମୀ ହୋଇଲେ

ନରକେ ସଜା ପାଇବୁ



Rate this content
Log in

Similar oriya poem from Abstract