STORYMIRROR

Rajashree Acharya

Romance Tragedy

3  

Rajashree Acharya

Romance Tragedy

ସ୍ମୃତି ଓ ବନ୍ଧୁ

ସ୍ମୃତି ଓ ବନ୍ଧୁ

1 min
355


ଜୀବନର ପ୍ରତିଟି ମୁହୂର୍ତ୍ତରେ ତୁମେ ମନେପଡ

ପ୍ରତିଟି କ୍ଷଣରେ ମୋ ହୃତସ୍ପନ୍ଦନରେ ଦିଅ ମନେ ଦେଖା

କେଉଁ ଦୁନିଆରେ ତୁମେ ଅଛ ଜାଣେନା 

ଜାଣିନାହିଁ ତୁମେ ମୋତେ ଭଲପାଅ ନା ନାହିଁ

କିନ୍ତୁ ଏତିକି ଜାଣେ ଆପଣେଇ ପାରିବ ନା ନାହିଁ

କିନ୍ତୁ ଏତିକି ଜାଣେ ଯେ 

     ତୁମେ ମୋର ପ୍ରିୟତମ ବନ୍ଧୁ

     ସ୍ମୃତି ରୂପେ ଅସରନ୍ତି ସିନ୍ଧୁ


ଆଜିବି ମନେ ପଡେ ରାତିର ଶେଷ ପ୍ରହରରେ

ସ୍ୱପ୍ନ ଭାଙ୍ଗି ଯାଏ ତୁମ ହସ୍ତ ପ୍ରହାରରେ

କେହି ନୁହେଁ କାହାର

ଜାଣିବି ମୁଁ କାହିଁ ହୁଏ ଅଜଣା

ଛାତିର ନିବୃତ୍ତ କୋଣରେ କାହିଁ ହୁଏ ଯନ୍ତ୍ରଣା


ବାଟେ ଯାଉ ଯାଉ ତୁମେ ଯାଅ ଉଭେଇ

ନିଦ ଭାଙ୍ଗିଯାଏ ତୁମ କଥାର ଗୁଞ୍ଜରଣରେ

ଜାଣେନା କେଉଁ ଦିନ ହେବ ତୁମ ଦେଖା

କରିଛି ମୁଁ ମଧ୍ୟ ତୁମକୁ କେତେ ଅପେକ୍ଷା 

କରିଛି କେତେ ଉପାୟ

ଅସରନ୍ତି ଏ ବାଣୀ

ନୁହେଁ ଏହା କାହାଣୀରେ!

ଦେଖୁଛି ଦେଖୁଥିବି ତୁମକୁ ସେଇ ଚାହାଣିରେ


ବେଳେ ବେଳେ କୁହ ତୁମେ ମୁଁ କିଛି ଜାଣେନା

ଜାଣି କରି କର ତୁମେ ଛୋଟ ବାହାନା 

ମଜା ମଜା ଲାଗେ ତୁମର ସେଇ ଚାହାଣି 

ଲୁଚାଇ ଲୁଚାଇ ଖାଅ ତୁମେ ମିଠା ପେଡା

ଜାଣି ପାରେ ମୁଁ ତୁମ ଦୁଷ୍ଟାମୀ

ଇଚ୍ଛାହେଲେ ମଧ୍ୟ କରିପାରିନାହିଁ ଗାଳି

ମନ କହେ ତୁମକୁ ଦେବାକୁ ଚିମୁଟି

ମାତ୍ର ସେପରି କରିପାରେନା

      କାରଣ ତୁମେ ମୋର ପ୍ରିୟତମ ବନ୍ଧୁ

      ସ୍ମୃତି ରୂପେ ଅସରନ୍ତି ସିନ୍ଧୁ 

ତୁମର ମିଠା ଅନୁଭୂତିକୁ ମନେ ପକେଇ

ଚକ୍ଷୁରୁ ଲୁହ ଯାଏ ଝରି

ଇଛା ହୁଏ ତୁମ ପାଖକୁ ଯିବାକୁ

ଲାଗେ ତୁମେ ଡାକୁଛ ହାତ ଠାରି

ବର୍ଷାର ପ୍ରତିଟି ବୁନ୍ଦେ ଦେଖା ଦେଇ ଖସିପଡ଼

ପାଣିର ପ୍ରତ୍ୟେକ ଢେଉରେ ଦେଖା ଦେଇ ଉଭେଇ ଯାଅ

      କାରଣ ତୁମ ମୋ ପ୍ରିୟତମ ବନ୍ଧୁ

      ସ୍ମୃତି ରୂପେ ଅସରନ୍ତି ସିନ୍ଧୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance