ମୋ ପ୍ରିୟା (ଭାଗ ୯୭)
ମୋ ପ୍ରିୟା (ଭାଗ ୯୭)
ଲେଉଟାଣି ପାରା ଲେଉଟି ଆସିଛି ମୋ ଛାତ ତଳେ ବସିଛି
ପ୍ରିୟା ବୋଧେ ତାକୁ ଖବର କରିଛି ଖୁସିରେ ଗୁମୁରୁଅଛି!
ଯେଚେ ଘଉଡିଲେ ଉଡୁନାହିଁ କାହିଁ ନିରବେ ଚାହିଁ ଦେଉଛି
କହିବୁ କି ତୁହି ମିନତି କରୁଛି କେମିତି ସେ ସେଠି ଅଛି?
++++++++++++++++
ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ -ମାଟିର ମହକ