ସମୟ
ସମୟ
କିଏ ଜଣେ କହିଥିଲା ଘରଟେ କରିବୁ
ସେ ଘରକୁ ବୋହୁ କରି ମତେ ନେଇଯିବୁ।
ଭାଗ୍ୟର ନିୟତ ଆଜି ଶତ୍ରୁ ସାଜିଗଲା
ସେ ତ ଚାଲିଗଲା ଆଉ ବାହୁଡ଼ି ନୋଇଲା।
ଫଗୁଣ ର ଫଗୁ ନେଇ ଗଲା ନିଜ ପଥେ
ମୋ ସହ ଦିନ କାଟିବ କହିଥିଲା ସାଥେ।
ମଳୟର ବାସ୍ନା ଆଉ କେବେ ଛୁଇଁବନି
ସବୁ ବାସ୍ନା ଫିକା କରିଦେଲା ଅଭିମାନୀ ।
ନିର୍ଜୀବ ତୁଲ୍ୟ ଜୀବନ ଲାଗୁଅଛି କାହିଁ
ତଥାପି ଫେରିବା ବାଟ ଚାହିଁଅଛି ମୁହିଁ ।
ଚାହିଁଲେ କି ସତେ ସିଏ ଫେରିକି ଆସିବ?
ବିଧାତା ର ନିୟମ କୁ ମାନିବାକୁ ହେବ।
ସମୟ କୁ ଦେଇଛନ୍ତି ଅସ୍ର କରି ସେତ
ଅଭାଗା ଶରୀର ତାହା ବୁଝିବ କେମନ୍ତ ।
ସମୟ ର ପ୍ରତିଦାନ ଦେଇ ପାରେ ନାହିଁ
ସବୁଠାରୁ ମୂଲ୍ୟବାନ ସମୟ ଅଟଇ ।
ମାନସ ରଞ୍ଜନ ପଟ୍ଟନାଯକ
ସଂପାଦକ -ମାଟିର ମହକ