STORYMIRROR

Manas Ranjan Pattanayak

2  

Manas Ranjan Pattanayak

କଳା କହ୍ନେଇ

କଳା କହ୍ନେଇ

1 min
331



ମାନସ ରଞ୍ଜନ ପଟ୍ଟନାୟକ

++++++++++++++


ଆରେ ମୋର କହ୍ନେଇ,କଳା କହ୍ନେଇ,,,

ତୋ ଦୁଆରେ ମତେ ନେଇ ଦେ ଗଡାଇ,,,(ଘୋଷା)


ଗିରି ଗୋବର୍ଦ୍ଧନ ଟେକିଲୁ ତୁହି

କାଳୀୟ ନାଗକୁ ତଡିଲୁ ଯାଇ

ଧର୍ମରକ୍ଷା ପାଇଁ ଆସୁ ଓଲ୍ଲାଇ


ଆରେ ମୋର କହ୍ନେଇ,କଳା କହ୍ନେଇ,,,

ତୋ ଦୁଆରେ ମତେ ନେଇ ଦେ ଗଡାଇ,,,(ଘୋଷା )


ଭାଇବନ୍ଧୁ କିଛି ଲୋଡା ମୋ ନାହିଁ,

ସୁଖକୁ ମୋଠାରୁ ନେଲୁ ଛଡାଇ,

ଭିକାରୀ ବେଶରେ ଦେଲୁ ସଜାଇ,


ଆରେ ମୋର କହ୍ନେଇ,କଳା କହ୍ନେଇ,,,,,,

ତୋ ଦୁଆରେ ମତେ ନେଇ ଦେ ଗଡାଇ,,,,,(ଘୋଷା )


କଳାବଇଁଶୀଟି ଦିଶୁଅଛଇ,

ଛନ୍ଦାଚରଣରେ ମନ ଲାଗଇ,

କାହିଁକି ବଂଚିବି କହ କିମ୍ପାଇ,


ଆରେ ମୋର କହ୍ନେଇ,କଳା କହ୍ନେଇ,,,,

ତୋ ଦୁଆରେ ମତେ ନେଇ ଦେ ଗଡାଇ,,,,,{ଘୋଷା )


ଭିକ ମାଗିଥିଲା ସୁଦାମା ଯାଇ,

ଦ୍ବାରେ ଠିଆହେଲା ନିର୍ବାକ୍ ହୋଇ,

କୋଳେଇ ନେଲୁରେ ହେ ଭାବଗ୍ରାହୀ,


ଆରେ ମୋର କହ୍ନେଇ,କଳା କହ୍ନେଇ,,,

ତୋ ଦୁଆରେ ମତେ ନେଇ ଦେ ଗଡାଇ,,,(ଘୋଷା )


ଯଶୋଦା ମାତାକୁ ଦେଲୁ ଭଣ୍ଡାଇ,

ରାଧିକା ରାଣୀକୁ ଭୁଲିଲୁ ନାହିଁ,

ଗୋପପୁରବାସୀ ହୋଇଲେ ବାଈ,


ଆରେ ମୋର କହ୍ନେଇ,କଳା କହ୍ନେଇ,,,

ତୋ ଦୁଆରେ ମତେ ନେଇ ଦେ ଗଡାଇ,,,(ଘୋଷା )


ଜୀବ ଚାଲିଯାଉ ତୋ ନାମ ଗାଇ,

ଭବୁ ପାରିକର ଜଗତସାଇଁ,

ତୋ ବିନୁ ମୋ ପାଖେ କେହି ତ ନାହିଁ,


ଆରେ ମୋର କହ୍ନେଇ,କଳା କହ୍ନେଇ,,,

ତୋ ଦୁଆରେ ମତେ ନେଇ ଦେ ଗଡାଇ,,,(ଘୋଷା )


କଳାବଦନଟି ଦିଶୁଅଛଇ

କୃପାକର ବାରେ ଜଗତସାଇଁ

ମୋ ଦେହରୁ ପାପ ନେଇଯା ଧୋଇ।

ରକ୍ଷାକର ରକ୍ଷାକର ଗୋସେଇଁ।


ଆରେ ମୋର କହ୍ନେଇ,କଳା କହ୍ନେଇ,,

ତୋ ଦୁଆରେ ମତେ ନେଇ ଦେ ଗଡାଇ,,,(ଘୋଷା )



*********************

ସାକ୍ଷୀଗୋପାଳ,ପୁରୀ

ମୋ-୯୦୪୦୭୫୧୪୯୦

++++++++++++++---


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍