STORYMIRROR

Manas Ranjan Pattanayak

Others Others

2  

Manas Ranjan Pattanayak

Others Others

ରଥଯାତ୍ରାରେ ଶ୍ରୀଜଗନ୍ନାଥ

ରଥଯାତ୍ରାରେ ଶ୍ରୀଜଗନ୍ନାଥ

1 min
446



ମାନସ ରଞ୍ଜନ ପଟ୍ଟନାୟକ

++++++++++++++++

ଜନମବେଦୀକୁ ଯାତ୍ରା କରୁଛନ୍ତି ଦେଖଗୋ ଜଗତନାଥ।

ଜନସମୁଦ୍ରର ଲହରୀ ଭିତରେ ସର୍ବେ ଆଜି ଆନନ୍ଦିତ।।


ଭାଇ ଭଉଣୀଙ୍କୁ ସଙ୍ଗତରେ ଧରି କରୁଥାନ୍ତି ଯେ ଗମନ।

ଆଡପ ମଣ୍ଡପେ ରହିବେଟି ପ୍ରଭୁ କରିବା ତାଙ୍କୁ ଦର୍ଶନ।।

ଇନ୍ଦ୍ରଦ୍ୟୁମ୍ନ ରାଜା ଗଢାଇଲେ ସେଠି ଅଟଇ ପବିତ୍ର ତୀର୍ଥ।।।


ନୀଳକନ୍ଦରରେ ସ୍ଥାପନା କରିଲେ ଅଧାଗଢ଼ା ମୁର୍ତ୍ତି ଥୋଇ।

ଶ୍ରୀମନ୍ଦିର ଭାବେ ବିଖ୍ଯାତ ହୋଇଲା ରହିଲେ ଜଗତସାଇଁ।।

କେଉଁ କେତେ କାଳୁ ବିରାଜିତ ହୋଇ ପୂଜା ପାଉଛନ୍ତି ସେତ।।।


କଥା ଦେଇଥିଲେ ଗୁଣ୍ଡିଚା ରାଣୀକୁ ଯିବେ ବରଷରେ ଥରେ।

ନବଦିନ ବ୍ୟାପି ସେହି ନିବାସରେ ରହିବି ତୁମ ପାଖରେ।।

ଦୟାମୟ ଦୟା କରିଲେ ତାହାଙ୍କୁ ବିଶ୍ବେଜନ ଆଚମ୍ବିତ।।।


ବାଆର ଚଉଦ ଷୋହଳ ଚକାରେ ରଥ ହୁଅଇ ନିର୍ମାଣ।

ସେ ତିନିରଥକୁ ଦେଖ ଥରେଭାଇ ଲାଖିରହିଯିବ ମନ।।

ରଥାରୂଢ ହୋଇ ଯିବେ ମହାପ୍ରଭୁ କେଡେ ମନୋରମ ଯାତ।।।


ଘଗର୍‌ ନାଦରେ ତିନିରଥ ଯାଏ ବଡଦାଣ୍ଡ ଥରହର।

ବିଜୟଧ୍ବଜାକୁ ଉଡାଇଣ ପ୍ରଭୁ ଯାଆନ୍ତି ଯାଆନ୍ତି ଗୁଣ୍ଡିଚା ଘର।।

ଭାବଗ୍ରାହୀ ପ୍ରଭୁ ଭାବର ଠାକୁର ରଥେ ଦେଖ ବିରାଜିତ।।।


ସଂପାଦକ-ମାଟିର ମହକ

ଦୂରଭାଷ ୯୦୪୦୭୫୧୪୯୦

ନିମବସନ୍ତ ହରିରାଜପୁର ଜଟଣୀ ପୁରୀ ୭୫୨୦୫०

-------------------------ଏହି ଗୀତଟି ୟୁଟ୍ୟୁବ୍‌ ଚ୍ୟାନେଲ ରେ କଣ୍ଠଶିଳ୍ପୀଙ୍କ ଦ୍ବାରା ପ୍ରସାରଣ ହୋଇସାରିଛି।


Rate this content
Log in