Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Abstract Action

5.0  

ବି. ନିରୁପମା

Abstract Action

ପରତେ ହୁଏନି ମୋର

ପରତେ ହୁଏନି ମୋର

1 min
316


ରାତି ଅଧରେ ମୁଁ ଦେଖିଥିଲି ଆସି

ଶେଯ ପଡ଼ିଥିଲା ଖାଲି ,

ସଖାମେଳେ ଥିବୁ,କୋଲପ ଲଗାଇ

ଆସିଥିଲି ତେଣୁ ଚାଲି ।

ସକାଳୁ ଦରଜା ଖୋଲିଲା ବେଳକୁ

ଭିତରେ ତୁ ଅଛୁ ଶୋଇ ,

ଆଖି ମଳି ମଳି ଅଳସ ଭାଙ୍ଗୁଛୁ

ମାରୁଅଛୁ ପୁଣି ହାଇ ।

ବାହାର ପଟରୁ ଦରଜା ଦେଇ ମୁଁ

ରଖିଥିଲି ନିଜେ ଚାବି ,

ଭିତରକୁ ତୁହି କେମିତି ଆସିଲୁ

ପାରୁନାହିଁ ଜମା ଭାବି ।

ଗୋପିମାନେ ଆସି କହନ୍ତି ତୋ କଥା

ପରତେ ହୁଏନି ମୋର ,

କେମିତି ତୁ ତାଙ୍କ ଲବଣୀ ଚୋରାଉ

ସଖାମେଳେ ସାଜି ଚୋର ।

ବଡ଼ ଅଦଭୁତ କାମ କରୁ ସବୁ

ଏଡ଼ିକି ବକଟେ ହୋଇ ,

ଘଡ଼ିଏ ଭିତରେ ମିଠା କଥା କହି

ମନ ନେଉ ପୁଣି ମୋହି ।

ସତ କହ କାହ୍ନା,କିଏ ତୁ କେଉଁଠୁ

ଆସି ଜନମିଛୁ ଏଠି ,

ଅଜାଣତେ ମୁହିଁ କେତେ ଥର ତୋତେ

ଛାଟରେ ଦେଇଛି ପିଟି !!!

ବି. ନିରୁପମା

ମାମୁରିଆ,ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Abstract