Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଙ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଙ)

1 min
198



ରାଗ – ସିନ୍ଧୁକାମୋଦି ବା କୁମ୍ଭକାମୋଦୀ

ନୂଆ ନଟପଟଳୀମୁକୁଟ ହେ ନାହିଁ କି ଶ୍ରୀଅଙ୍ଗ ସୁଖ,

ନିପଟ ନିସ୍ତେଜ ଦିଶୁଛି ତ ଆଜ ନିରଳସ ଚନ୍ଦ୍ରମୁଖ (ପଦ)

ନୀଳୋତ୍ପଳ ବାସି ହେଲା ପରି ଦିଶିଯାଉଛି ଦୂରୁ ଶ୍ରୀଅଙ୍ଗ,

ନାସା ନୀଳ ତିଳଫୁଲରୁ ଅନିଳ ପ୍ରସରୁଚି ବେଗ ବେଗ (1)

ନୀପ –ଉପବନ ନିକଟ ପବନ ସ୍ପରଶରୁ ଯେବେ ଡର,

ନଦୀକୂଳ ସ୍ଥଳ ଏ ବଡ ଶୀତଳ ନୁହନ୍ତାଟିକି ବିହାର (2)

ନିଦ ନାହିଁ କି ନୟନେ ନିଶି ଦିନ ଆହା ମରଇ ମୋ ଧନ,

ନବନୀତ ତହୁଁ ମୃଦୁ ଦେହେ କାହୁଁ ସମ୍ଭବିଲା ଏ କଦନ (3)

ନବ ହେମଦ୍ୟୁତି ଅମରାଏ ନିତି ନିଅନ୍ତି ଫୁଲ ଏ ବନୁ,

ନେତ୍ରପଥେ ପଡିଗଲେ କି ସେ ଛାଡି ଯାଉ ନାହିଁ ଜ୍ୱର ମନୁ (4)

ନ ବିହର ଗୋପସଙ୍ଖାଳି ଏ ପାପ ଗହନରେ କିଛି ଦିନ,

ନରେଶମଣ୍ଡନ ଶ୍ରୀହରିଚନ୍ଦନ ଜଗଦ୍ଦେବ ସ୍ତବ ଘେନ (5)




Rate this content
Log in

Similar oriya poem from Classics