Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Fantasy

2  

Pranati Mahapatra

Fantasy

ଫେରି ଆସନ୍ତାନି

ଫେରି ଆସନ୍ତାନି

1 min
7K


ହଜିଲା ସ୍ଵପ୍ନ,ବିତିଯିବା ସମୟ

ଅଭୁଲା ମୁହୂର୍ତ୍ତ,ପ୍ରେମର ପରଶ

ସୁନେଲି ଭାବନା, ଚପଳ ବୟସ।

କାହିଁ ଆଜି ଫେରିଯିବାକୁ

ଭାରି ଇଚ୍ଛା ହୁଏ ।

ଫେରି ଆସନ୍ତାନି...

ଅଝଟିଆ ବୟସରେ ଘଣ୍ଟା ଘଣ୍ଟା ଧରି

ସୁପ୍ତ ଇଚ୍ଛା ସବୁକୁ ,ମନଭରି,

ମନଖୋଲି,ଦ୍ୱନ୍ଦ,ଦ୍ୱିଧା ନରଖି

ଓଗାଳି ଦେବାକୁ

ଭାରି ଇଛା ହୁଏ।

ଫେରି ଆସନ୍ତାନି....

ମନ ଭିତରେ ଭୟମିଶା ସାହସରେ,

ଛୋଟ ନୀଳ

ବାସ୍ନାୟିତ କାଗଜଖଣ୍ଡରେ,

ମନର ଭାବକୁ

ପ୍ରେମ ବୋଳା ଅତରରେ,

ସୁନେଲି ଭବିଷ୍ୟତର

ଲୁହର କାଳିରେ,ସଯତ୍ନରେ ସାଇତା

ଇଛା ଗୁଡାକୁ ବଖାଣି,

ସଭିଙ୍କ ଅଜାଣତରେ ପ୍ରିୟ ସଖୀ

ହାତରେ ପଠାଇ ଦିଅନ୍ତି,

ଭାରି ଇଚ୍ଛା ହୁଏ।

ଫେରି ଆସନ୍ତାନି...।

ସେବେ ବି ଏକା,

ଆଉ ଏବେବି ଏକା,

ଫରକ୍ ଏତିକି...

ସେତେବେଳ ଆଉ ଏତେବେଳର

ପରିଚୟ ଅଲଗା,

ପରିବେଶ ଅଲଗା,

ବୟସ ଅଲଗା।

ନିକାଞ୍ଚନରେ ଭାବେ ଆଉ

ଭାରି ଇଚ୍ଛା ହୁଏ,

ଫେରି ଆସନ୍ତାନି...



ପ୍ରଣତି ମହାପାତ୍ର

ବାଲେଶ୍ଵର।


Rate this content
Log in

Similar oriya poem from Fantasy