ଆଚାର୍ଯ୍ୟ
ଆଚାର୍ଯ୍ୟ
ସୀମିତ ଆମର ଜୀବନର ସମୟ,
ପରିମିତ ଯାହାର ପ୍ରତି ପର୍ଯ୍ୟାୟ,
ଭାଗ୍ୟରୁ ମିଳେ ବିଦ୍ୟାର୍ଥୀ ଅଧ୍ୟାୟ,
ଗୁରୁଜନ କରାନ୍ତି ପ୍ରଜ୍ଞାନର ଆୟ ।
ଆଚାର୍ଯ୍ୟ ସ୍ୱୟଂ ଶିଖାନ୍ତି ଆଚାର ବିଚାର,
ଅନବରତ ବିତରଣ କରନ୍ତି ସଦାଚାର,
ସମସ୍ତ ସଂଶୟ ଖୁସିରେ କରନ୍ତି ନିସ୍ତାର,
ସତ୍ପରାମର୍ଶ ସଦ୍ଗୁଣର କରନ୍ତି ସଞ୍ଚାର ।
