Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଓଡିଶାର ଚାନ୍ଦ: ଦୂତୀ ଚାନ୍ଦ

ଓଡିଶାର ଚାନ୍ଦ: ଦୂତୀ ଚାନ୍ଦ

1 min
6.7K


ଐତିହ୍ୟ ସମ୍ପର୍ଣ୍ଣ କଳିଂଗ ଭୂମିରେ ଖାରବେଳର ଦାୟାଦ

କୋଣାରକ ଯିଏ ହେଳେ ଗଢିପାରେ ତାକୁ କିବା ବିସମ୍ବାଦ !

ଦୃଢ ଇଛାଶକ୍ତି କି ନକରି ପାରେ ନାରୀ ନୁହଇଁ ଦୁର୍ବଳା

ଶ୍ରଦ୍ଧାଂଜଳି ଅନୁରାଧା ରଚିତା କିଏ କହିବ ଅବଳା !

ଯାଜପୁର ଠାରୁ ଜାକର୍ତା ଯାତ୍ରାରେ ଦୁଇଟି ପଦକ ଆଣି

ଓଡିଶାର ଚାନ୍ଦ ଏସୀୟ କ୍ରୀଡାରେ ଦେଲେଟି ତାହା ପ୍ରମାଣି ।

ଅନାଟନ ତବ ପଥ ରୋକିନାହିଁ ଇଛା ଶକ୍ତି ହେଲା ସାହା

କେହି ନବାହାରୁ ଉଦ୍ୟମୀକୁ ସାହା ସଦା ଥାନ୍ତି ଚଉବାହା ।

ଓଡିଆ ଝିଅଙ୍କ ଆଦରଶ ତୁମେ କେତେ ଝିଅ ବାହାରିବେ

ଦୁତୀୟରେ ଦୂତୀ ଚାନ୍ଦ ହେବାପାଇଁ ଲଢେଇ ଜାରି ରଖିବେ ।

ଓଡିଶା ବାସୀଙ୍କ ଆଖି ଖୋଲି ତୁମେ ପାଲଟିଛ ଆଦରଶ

ଚାରିଆଡେ ଶୁଭେ ଧନ୍ୟ ସୁନାଝିଅ ହୁରି ପଡେ ପଉରୁଷ ।

ଆଗକୁ ଆସିବ ଅଲିଂପିକ କ୍ରୀଡା ସମର୍ଥକ ବହୁ ଥିବେ

ଚାଲିବ ଚାଲିବ ନପଡିବ ଥକି ଦୂତୀ କି ଦୁତୀୟ ହେବେ !!


Rate this content
Log in

Similar oriya poem from Inspirational