Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Tragedy

2  

Jagabandhu Sahu

Tragedy

ପ୍ରିୟା ତୁ କଲୁ ଛଳନା

ପ୍ରିୟା ତୁ କଲୁ ଛଳନା

1 min
607


ମଥାରେ ସିନ୍ଦୂର ପାଦରେ ଅଳତା

ଗଭାରେ ଗଜରା ନାଇ

ପାଦେ ଦଳିଦେଲ ମୋ ପ୍ରେମକୁ ତୁମେ

ଦରଦୀ ବନ୍ଧୁଟେ ହୋଇ


କାଲି କଥା ପ୍ରିୟା ଭାବିଲା ବେଳକୁ

ଆଖି ହୁଏ ଲୁହ ନଈ

ସେଇ ଲୁହ ସବୁ ପିଇ ପିଇ ଦିନେ

ଯିବି ଗୋ ପାଉଁଶ ହୋଇ


ଶେଷ ଅନୁରୋଧ ରଖିବ ଗୋ ପ୍ରିୟା

ହୃଦେ ଯଦି ଥିବ ପ୍ରେମ

ମଶାଣୀ ଭୂଇଁରେ ସମାଧି ଟେ ଗଢି

ଲେଖି ଦେବ ମୋର ନାମ


ସମାଧିରେ ରହି ଦେଖୁଥିବି ମୁହିଁ

ତୁମ ଖୁସିର ସଂସାର

ସର୍ବଦା ରହିଥ ହସ ଖୁସିରେ ଗୋ

ଦେଲି ଆଶୀର୍ବାଦ ମୋର


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in

Similar oriya poem from Tragedy