STORYMIRROR

Kalpana Kumari Pradhan

Abstract

4  

Kalpana Kumari Pradhan

Abstract

ସବୁଜ ପରୀ

ସବୁଜ ପରୀ

1 min
357

ସବୁଜ ପରୀ ଆସ

କାହିଁ ବସିଛ ମନ ମାରି

ଆମରି ସାଥେ ଟିକିଏ ହସ l

ତନୁ ହେଲାଣି କ୍ଷୀଣ

ନିତି ସହୁଛ କୁଠାର ଘାତ

ଦିସିଲଣି କେତେ ଜୀର୍ଣ୍ଣ ଶୀର୍ଣ୍ଣ l

ସବୁଜିମା ଗଲାଣି ଲୁଚି

ସବୁଠି କଂକ୍ରିଟ ରାସ୍ତା

ଧାଡି ଧାଡି କୋଠାଘର ଆଖିରେ ପଡ଼ୁଚି l

ରୋଗ ବଇରାଗ ଆସେମାଡି

ଚଷା ମୁଣ୍ଡେ ହାତ

ଫେରନା ବରଷାରାଣୀ ଶୁଭେନା ବେଙ୍ଗରଡ଼ି l

ବୁଝିଛି ଆଜି ମହତ୍ତ୍ୱ

ନେବି ତୁମରି ଯତନ

ସ୍ନେହ ପରସେ ଭରିଣ ଯିବ କ୍ଷତ l

ଧରା ହେବ ସବୁଜ ମୟ

ନେତ୍ର ଫେଡ଼ି ଦେଖିବ

ସୁନେଲି କିରଣେ ଉଦିତ ନବ ସୂର୍ଯ୍ୟଦୟ l



Rate this content
Log in

Similar oriya poem from Abstract