STORYMIRROR

Bijay Prusty

Classics

3  

Bijay Prusty

Classics

ବର୍ଷା ସ୍ମରଣେ

ବର୍ଷା ସ୍ମରଣେ

1 min
327

ଆଖି ଖୋଜିହୁଏ ବରଷା ଅନ୍ଧାର

ଭିଜା ଭିଜା ଜହ୍ନରାତି

ଜୀବନ ନଦୀର ଉଛୁଳା ଲହରୀ

ମନରେ ଜଗାଏ ଭୀତି


ଅନ୍ତହୀନ କେଉଁ ସପନ କୋଳରେ

ହଜି ଯାଉଥାଏ ମନ

ପ୍ରୀତିର ଶେଫାଳୀ ଝଡି ଯାଉଥାଏ

ରାତିହୁଏ ଅବସାନ


ଚହଲି ଉଠୁଛି ମାଟି "ମା" ଛାତି

କହି ସେ ପାରୁନି କିଛି

ମଧୁପ ବିଚରା ଦିଗହରା ଅାଜି

ଫୁଲଟି ଯାଇଛି ଶୁଖି


ବରଷା ହଜିଛି, କାନରେ ପଡୁନି

ଭିଜା ଭିଜା ସ୍ୱର ତାର

ଦିନ ରାତି ସବୁ ଏକାକାର ଏବେ

ଜୀବନ କରୁଛି ପର


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics