STORYMIRROR

MADHU MITA

Inspirational

3  

MADHU MITA

Inspirational

ସନେଟ୍ ଆମେ ଭାରତୀୟ

ସନେଟ୍ ଆମେ ଭାରତୀୟ

2 mins
161



ଆଗକୁ ବଢିବା ବାରତା ଆଣିଛି

ସ୍ବାଧୀନତାର ଦିନ ସତେ।

ଭାରତମାତାର ସୁଯୋଗ୍ୟ ସନ୍ତାନ

ଉଠିଆସ ଆଜି ବୀର ଯେତେ ।


ଯେତେ ଭାଷା ଅଛି ଜାତି ଧର୍ମ ଅଛି

ସବୁ ଛାଡ଼ି ଦେଇ ଆସ ଆଜି ।

କାନ୍ଧରେ କାନ୍ଧକୁ ମିଶାଇ

ଚାଲିବା ଆମେ ଭାରତୀୟଟି ସାଜି ।


ଦେଶ ନୁହଁ ଭିନ୍ନ କୁହ ତେବେ

ହେଲ କିପରି ଭିନ୍ନ ପ୍ରଜାତିର !

ମଣିଷ ନୁହଁଇ ଭିନ୍ନ ମଣିଷଠୁଁ କଥା

ନୁହଁ ଏହା ଯେ ପୋଥିର !


ସେହି ମାଂସ ରକ୍ତ ସେହି ହାଡ ଅଛି

ଅଛି ଏକା ପରି ମନଟିଏ !

ଭିନ୍ନ ତେବେ ହେଲେ ଆମେ

ଯେ କିପରି ଭାବିବା ଥରେ ଏ କଥାଟିଏ !


ଉନ୍ନତି ଦେଶର କରିବା ହିଁ ହେଉ

ସଂକଳ୍ପ ପ୍ରତ୍ୟେକଟି ପ୍ରାଣର !

ଭାରତ ମା' ଆଜି ଡାକୁଛି ବିକଳେ

ଦୁଃଖ ଦୂର ହେଉ ଯେ ତାହାର !



ବିଦେଶୀ ମାଟିରୁ ବଞ୍ଚେଇ ସାରିଛେ

ଏବେ ହେବା ନାହିଁ ପରାଶ୍ରୟ !

ଆତ୍ମନିର୍ଭରଶୀଳ ହୋଇ ରଖିଯିବା

ମହତ ଆମରି ମା' ମାଟିର !


ମୁଣ୍ଡକୁ ଉଠେଇ ଛାତିକୁ ଫୁଲେଇ

ଚାଲିବା ବିଶ୍ଵର ଛାତିପରେ !

ନୋଇଁବାନି ମୁଣ୍ଡ କେଉଁ ସଂଘର୍ଷରେ

ଆମେ ଭାରତୀୟ କେଉଁଠାରେ !


Rate this content
Log in

Similar oriya poem from Inspirational