ଛନ୍ଦହରା ରାତି
ଛନ୍ଦହରା ରାତି
1 min
298
ରାତିକୁ ମାଗିଲି ନିଦ ଦୁଇଘଡି
ବର୍ଷାକୁ ଜେଛନା ରାତି
ସମୁଦ୍ର ହାତରେ ବାରତା ଦେଲି ମୁଁ
ପବନ ହାତରେ ଚିଠି
ସପନ ଟିକିଏ ମାଗିଥିଲି ଦିନେ
ହଜିଗଲା ସବୁ ନିଦ
ଅର୍ଦ୍ଧ ନିଶିଥରେ କାନେ ବାଜିଥିଲା
ପ୍ରଣୟର ବଂଶୀ ନାଦ
ସୂରୁଜ ହଜିଛି ରାତି ବି ଲୁଚିଛି
ସବୁରଙ୍ଗ ଗଲା ହଜି
ସପନ ମହଲେ ସପନର ଅଖି
ପାଉନାହିଁ ଅଉ ଖୋଜି
ବରଷାର ସ୍ୱର ନିରବି ଯାଇଛି
ଦେଉନି ତା ପ୍ରୀତିଛୁଆଁ
କୁହୁଳି କୁହୁଳି ଜହ୍ନଟା ଜଳୁଛି
ଆଖିରେ ଜଳୁଛି ନିଆଁ