Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Romance

3  

KUMUDA CHANDRA DALEI

Romance

ନିଶି ସୁନ୍ଦରୀ ଗୋ

ନିଶି ସୁନ୍ଦରୀ ଗୋ

1 min
334



ବାସ୍ତବ ରୂପ ତ ଦେଖି ପାରିବିନି

ଛବିରେ ଦେଖି ତୁମକୁ

ଦର୍ଶନ ପିପାସା ମେଣ୍ଟିବ ଭାବୁଛି

ବୁଝାଇ ନିଜ ମନକୁ

ତୁମ ଛବି ନେଇ ସଜାଇ ଦେବି ମୁଁ

ରୂପସୀ ରମଣୀ ପରି

ଭରି ରହିଥିବ ଶୋଭାର ଭଣ୍ଡାର

ଡାକୁଥିବ ହାତ ଠାରି

ପ୍ରଦୋଷ ସୂରୁଜ ମଥାରେ ତୋଳିବି

ତlରକା କରି ଗହଣା

ଶଶି ମଥା ମଣି କପାଳେ ସଜାଇ

ନଚାଉଥିବେ ଝରଣା

ପ୍ରାଚୀ ପ୍ରତ୍ୟୁଷର ନାଲି ରଙ୍ଗ ନେଇ

ପାଦରେ ଅଳତା ବୋଳି

ଋତୁରାଜ ପୁଷ୍ପ ଗଭାରେ ସଜାଇ

କୁସୁମ ସୁବାସ ଢ଼ାଳି

କୋକିଳ ଗାଇବେ ମଧୁର ସଙ୍ଗୀତ

ମୟୂରୀ ନୃତ୍ୟ ର ତାଳେ

ଝିଙ୍କାରୀ ବୀଣା ର ଶବ୍ଦ ଲହରୀରେ

ସାଧବ ବୋହୁ ଙ୍କ ମେଳେ

ରଜନୀଗନ୍ଧା ରେ ଘର ସଜାଇବି

ବlସୁ ଥିବ ମହ ମହ

ମଧୁପେ ମଧୁର ରାଗିଣି କୁ ତୋଳି

ଚୁମିବେ ତୁମର ଦେହ

ଅଧର ପୃଷ୍ଟାରେ ଲେଖିବି କବିତା

ନାଲି ଲେଖନୀ କାଳିରେ

ମେଘ ମହ୍ଲାରର ରାଗୀଣୀ ତୋଳିବି

ପ୍ରେମ ପ୍ରଣୟ ରାଗରେ

ଭାବନା ବହୁ ର ବନ୍ଧନେ ବାନ୍ଧିବ

ମୁଦିବ ତୁମର ଆଖି

ଥରି ଉଠୁଥିବ ଅଙ୍ଗ ଅବୟବ

ଉଷ୍ମ ପରଶ କୁ ମାଖି

ଅଙ୍କ ପଲଙ୍କରେ ସୁଖେ ନିଦ୍ରା ଯିବ

ପ୍ରୀତି ହର୍ଷ ଉଲ୍ଲାସରେ

ଆ ସନ୍ଧ୍ୟା ରଜନୀ ପାହି ଆସୁଥିବ

ତୁମେ ଚାଲି ଯିବ ଦୂରେ

ନିଶି ସୁନ୍ଦରୀ ଗୋ... ତୁମରି ବିହୁନେ

କ୍ଷଣ ବିତେ ନିସଙ୍ଗ ରେ

କଣ୍ଟ ଦେଇଯାଅ ପୁଣି ଥରେ କେବେ

ଆସିବ ମୋ ଭାବନାରେ


କୁମୁଦ ଚନ୍ଦ୍ର ଦଳେଇ

ପୋଲସରା, ଗଞ୍ଜାମ

ମୋ 9861889305


Rate this content
Log in

Similar oriya poem from Romance