STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ତୁ ସାହସର ନଦୀ

ତୁ ସାହସର ନଦୀ

1 min
297


ତୋ' ପଥରେ ଆସିବ ବିଘ୍ନର ନିଷ୍ଠୁର ପଥର

ତୋ' ଆଗରେ ପଡ଼ିବ ନିର୍ଦ୍ଦୟ ଜନ୍ତୁଙ୍କ ଜଙ୍ଗଲ

ପକାଇବେ ଜାଲ ତୋ' ଉପରେ ନେବାପାଇଁ ମନମୀନ

ଆଉ କେତେକେତେ ଯନ୍ତ୍ରଣାର ଆଧୁନିକ ଲୌହଯନ୍ତ୍ର

ତୋର କେତେ ପ୍ରତିପକ୍ଷ, ପ୍ରତିଦ୍ବନ୍ଦୀ, ପ୍ରତିବାଦୀ, 

ଧୀରେ ପୁଣି କେବେ ତୀବ୍ର ବେଗେ ଯିବୁ ସ୍ଥିତି ଦେଖି

ଭୟ ତୋର ଛାଇ ମାଡ଼ିବନି, ତୁ ସାହସର ନଦୀ।


ତୋ' ବକ୍ଷେ ପଡ଼ିବ ଅବିବେକ କାରଖାନାର କଳଙ୍କ

ତୋ' ଗର୍ଭେ ଫିଙ୍ଗିବେ କୁଢକୁଢ ଦୁର୍ଭାବର ଆବର୍ଜନା

ବହିଯିବା ଧର୍ମ ତୋର ତୋତେ କେ ପାରିବ ରୋକି, 

ସହି ସହି ଶକ୍ତିଶାଳୀ ତୁହି, ତୁ ଅଗ୍ନିର ପବିତ୍ର ସତ୍ଯତା

ତୋତେ ନାଶିବା ପାଇଁ ତୋତେ ଭାଙ୍ଗିବା ପାଇଁ 

କାହାର ବା ଅଛି ଶକ୍ତି ତୋତେ କେହି ପାରିବେନି ଭେଦୀ

ଚିନ୍ତାକୁ ପୋଡିଦେଇ କରିଦେବୁ ଚିତା, ତୁ ସାହସର ନଦୀ,


ତୁ ଯେବେ କାନ୍ଦିକାନ୍ଦି ଶୁଖିଯିବୁ କରିବୁ ଚିତ୍କାର

ଶୋଷରେ ଆଉଟୁପାଉଟୁ ହୋଇ ତୋତେ ହିଁ ନିନ୍ଦିବେ

ସୀମା ଟପିଗଲେ ଲୁହ ଯେବେ ଭାଙ୍ଗିବ ସହିବାର ବନ୍ଧ

ତୁ ସେବେ ଆସିବୁ କରାଳ ରୂପରେ ବନ୍ୟାରୂପ ନେଇ, 

କାହାର ଅଛି ବୁଦ୍ଧି, ଜ୍ଞାନ ତୋତେ ବୁଝିବ କିଏ

ସ୍ୱାର୍ଥର ଗୁପ୍ତ ମନରେ ଆଦରି ନେଇ କରିନେବେ ବନ୍ଦୀ

ଭାବକୁ ବୁଝି ଚାଲିବୁ, ବୁଦ୍ଧିରେ ବଞ୍ଚିବୁ ତୁ ସାହସର ନଦୀ, 


ତୁ ପର୍ବତ ପାରିବୁ ଭାଙ୍ଗି, ପାଦଦ୍ୱୟ ତୋର ପରମଶକ୍ତ

ବୁଝିବାର ଅଭିନୟ କରିବେ ଅନେକ ତୋ' ଦୁଃଖ

ସାନ୍ତ୍ବନାର ରଙ୍ଗଦେଇ ତୋତେ କ୍ଷୀଣ କରିଦେବେ

ତୋ' ବିଶାଳ ହୃଦୟ କୁ କ୍ଷତଦେବାର କରି ଚକ୍ରାନ୍ତ, 

ତୁ କିନ୍ତୁ ଡରିବୁନି ମହାବୀର ମହାଶକ୍ତି ତୋ' ଆତ୍ମାରେ

ଦେବୁନି ପ୍ରଶୟ, ହେବୁନି କେବେ ମିଛ ମାୟାରେ ଛନ୍ଦି 

ସତର୍କତାର ସଶକ୍ତ ଚେତନାରେ ଚାଲିବୁ, ତୁ ସାହସର ନଦୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract