STORYMIRROR

Chittaranjan Nanda

Abstract Action

3  

Chittaranjan Nanda

Abstract Action

ବିଶ୍ବ ମାନବିକତା ଦିବସ

ବିଶ୍ବ ମାନବିକତା ଦିବସ

1 min
162


ଏହା ନିଶ୍ଚିତ ମଣିଷର ମନରେ ଓ ହୃଦୟରେ 

କାମନା ରହିଛି ଓ ରହିବ

ଏହି କାମନା ତ ଅତୃପ୍ତ, ସ୍ୱାର୍ଥବିହୀନ କାମନା 

ରହିବା ଅତି କଷ୍ଟ ଜାଣିବ ।୧।


ସୃଷ୍ଟିର ମୂଳରୁ ବିଚାରବୋଧର ଶକ୍ତି ଅଛି 

କେବଳ ମଣିଷ ଭିତରେ

ମଣିଷ ଯୁଗ ଯୁଗ ଧରି ଲାଗି ରହିଛି ଓ ରହିବ, 

ସେ ଶକ୍ତିକୁ ଖଟାଇବାରେ ।୨।


ମଣିଷର ତ ବୁଦ୍ଧି ଅଛି ଓ ବିବେକ ଅଛି, ଏହା 

ହିଁ ହେଉଛି ମାନବିକତା

ଦୟା, ତ୍ୟାଗ, ପରୋପକାର ଆଦି ମହତ୍ ଗୁଣାବଳୀ 

ସବୁ ତାର ମୋୖଳିକ ବାର୍ତ୍ତା ।୩।


ମଣିଷ ପଣିଆ ଆମେ କହୁ ଏହି ଗୁଣାବଳୀ ଥିଲେ 

ଯେଉଁ ମଣିଷର ହୃଦୟରେ

ଇଶ୍ୱରଂକ ଅବତାର ଧାରଣା ସୃଷ୍ଟି କରୁ ଏହି ସବୁ 

ମଣିଷଂକୁ ଜନ ମାନସରେ ।୪।


ମହାନତାର ପ୍ରତୀକ ଦେଇ କହିଥାଉ ତାହା ସମ୍ଭବ 

ନୁହେଁ ସାଧାରଣ ମଣିଷର ହାତରେ

ମଣିଷ ପଣିଆକୁ ହରାଇ ବସୁଛୁ ପୂଜା କରି ସେମାନଂକ 

ଠାରୁ ଗୁଣକୁ ଅନୁସରଣ ନକରି ଆମେରେ ।୫।


ଅମଣିଷ ଅବା ଅସୁର ଅବା ପଶୁ ବୋଲି କହୁ 

ମାନବିକତାର ଅଭାବରେ 

ମଣିଷ ଚେଷ୍ଟା କରିବା ଦରକାର ମାନବିକତା 

ଗୁଣକୁ ଧରି ରଖିବାକୁ ପ୍ରତ୍ୟେକ ଜୀବନରେ ।୬।


ଏହାର ଅଭାବେ ଅମଣିଷ ଜହ୍ଲାଦର ଆତଙ୍କରେ 

ଉଠୁଛି ପଡ଼ୁଛି ଦେଶ ଓ ବିଶ୍ୱ

ମଣିଷ ମଣିଷ ଭିତରେ ସମାଜରେ ହଜି ଯାଉଛି 

ଶାନ୍ତି ସହାବସ୍ଥାନର ବିଶ୍ୱାସ ।୭।


ଜହ୍ଲାଦର ସୃଷ୍ଟ ଛଳନାମୟ ଧର୍ମ ଓ ଜାତି ନାମରେ 

ବିଭେଦ, ହଜାଉଛି ଶାନ୍ତିର ସ୍ବପ୍ନ

ମଣିଷ ଜାତି ଧ୍ବଂସ ପଥରେ ଆଗେଇ ଚାଲିଛି ହେଉ

ଅଛି ସମସ୍ତ ପ୍ରକାର ସୃଜନିକାର ଶକ୍ତି କ୍ଷୁଣ ।୮।


ଦେଶ ଦେଶ ଭିତରେ ଜାତି ଜାତି ଭିତରେ, ଧରମ 

ନାମରେ ହିଂସାତ୍ମକ ଭାବ ଉପୁଜୁଛି

ସଚେତନ ହୋଇ ମାନବିକତାକୁ ବଜାୟ ରଖିଲେ ଭାବି 

ନେବା ବିଶ୍ବ ମାନବିକତା ଦିବସପାଳନ ହେଉଛି ।୯।



Rate this content
Log in

Similar oriya poem from Abstract