STORYMIRROR

Dr. Pratap Kumar Swain

Tragedy

4  

Dr. Pratap Kumar Swain

Tragedy

କରୋନାର ଅ, ଆ

କରୋନାର ଅ, ଆ

1 min
213


କରୋନାକୁ ଅସ୍ତିତ୍ବ ଦେଲାସେ ଚାଇନା

ବିଶ୍ବ ସମୁଦାୟକୁ କଲା ବାଟବଣା।


ଭାବିଲାନି ଅନ୍ତରରୁ ମଣିଷର କଥା

ଆରମ୍ଭିଲା ଭୂତାଣୁର ଯୁଦ୍ଧ ସହସା।


ନିଜ ଦେଶେ ଲକ୍ଷ ଲକ୍ଷ ମୁଣ୍ଡ ନେଲା ତାର

ତା ପରେ ସୁରକ୍ଷା ପାଇଁ ହୋଇଲା ତତ୍ପର।


ନିଜଦେଶେ କରୋନାକୁ ନିୟନ୍ତ୍ରଣ କରି

ବିଶ୍ବରେ ମହାମାରୀ ଦେଲା ସେ ବିସ୍ତାରି।


କରୋନା ଉପକରଣ ବହୁତ ବିକିଲା

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜଳକା ସାଜିଲା।


ତାପରେ ସାରାବିଶ୍ବରେ କରୋନାର ଆଁ

ତାଆଁରେ କବଳିତ ଏ ସାରା ଦୁନିଆ।


ଗାଁଠୁ ସହର ପୁଣି ତାଲାବନ୍ଦ ହେଲା

କରୋନାର ଉପଦ୍ରବ ଟିକିଏ କମିଲା।


ପ୍ରଥମ ଲହର ପରେ କଟକଣା ଉଠି

ଅର୍ଥନୀତି ସଜଡାରେ ଥିଲେ ବିଶ୍ବବାସୀ।


ଏବେ ପୁଣି ଆସିଗଲା ଦ୍ବିତୀୟ ଲହରୀ

ମରୁଛନ୍ତି ଲୋକ ସବୁ ପୋକ ମାଛି ପରି।


ପରିସ୍ଥିତି ଅଣାୟତ ନାହିଁ ଅମ୍ଳଜାନ

ଡାକ୍ତର ଖାନା ହୋଇଛି ଜୀବନ୍ତ ଶ୍ମଶାନ ।


କେତେ କେତେ ମୁଣ୍ଡ ଏଠି ପଡିଲାଣି ଗଡି

ଶ୍ମଶାନରେ ଗଦା ହୁଏ କେତେ ଯେ ସଂଗାଡି।


କେନ୍ଦ୍ର ସରକାର ଏଠି ନୀରବରେ ବସି

ନିର୍ବାଚନ ପ୍ରଚାରରେ ରହିଛନ୍ତି ମାତି।


ମଣିଷକୁ ଆହାପଦ କର ଏହିବେଳେ

ବଞ୍ଚାଅ ସଂସାର ଏଠି ଉଜୁଡିବା ବେଳେ।


ଆମେରେ ମଣିଷ ଆଜି କେଡେ ସ୍ବାର୍ଥପର

ବୃକ୍ଷ କାଟି ତିଆରିଲେ କଂକ୍ରିଟ୍ ଘର।


ପ୍ରାକୃତିକ ଅମ୍ଳଜାନ ପାଇବା ବା କାହୁଁ

ଅମ୍ଳଜାନ ସିଲିଣ୍ଡର ନିହାତି ଯେ ଚାହୁଁ ।


ତାପାଇଁ ଚାଲିଛି କେତେ ମାରପିଟ ଏଠି

ସଂସାରର ଶ୍ରେଷ୍ଠ ପ୍ରାଣୀ ଅବସ୍ଥା ଏମିତି।


ଆସ ଆଜି ସଂକଳ୍ପ ନେବା ସବୁ ମିଶି

ଲଗାଇବା ପରିବେଶେ ନାନା ବୃକ୍ଷରାଶି।


ପ୍ରକୃତି ର ଇଙ୍ଗିତକୁ ନଦିଅ ହେ ଟାଳି

ଆମର ସୁରକ୍ଷା ଆମେ ନିଜେ ଯିବା କରି।


ଗବେଷଣା କରିବା ଏ କରୋନାକୁ ନେଇ

ପ୍ରକୃତିରେ ସବୁଜିମା ରଖିବା ବଜାଇ।


ପରିବେଶ ସୁସ୍ଥ ହେଲେ ସୁସ୍ଥ ହେବା ଆମେ

ଭୂତାଣୁର ଭୟ ଆଉ ନଥିବରେ ମନେ।


ସୁସ୍ଥ ପରିବେଶେ ଆସି ସ୍ବୟଂ ନାରାୟଣ

କରୋନାରୁ ଉଦ୍ଧାର କରିବେ ଜଣ ଜଣ।



Rate this content
Log in

Similar oriya poem from Tragedy