STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅହଙ୍କାରୀ ମନ

ଅହଙ୍କାରୀ ମନ

1 min
379

ମରିବି ପଛେ ପାପୀ ଅପରାଧୀ

ଆଉ ମିଥ୍ୟବାଦୀ ହେବି

ସ୍ୱାର୍ଥକୁ ସାରଥୀ ଅଧର୍ମକୁ ସାଥି

କରି ଅବାଟରେ ଚାଲିବି


ପ୍ରତିଶୋଧ ଆଉ ହିଂସାର ନିଆଁରେ

ଜଳି ଜାଳିବି ସଂସାର

ଅସତ୍ୟ, ଅନ୍ୟାୟ, ପୁଣି ଅତ୍ୟାଚାରୀ ହୋଇ

ପାଉଁଶ କରିବି ସୁନାର ଘର


କଟୁକଥା କହି ନିରୀହଜନଙ୍କ

ହୃଦୟକୁ ଦେବି ଆଘାତ

ତେବେ ସିନା ମୋର ଅହଙ୍କାରୀ ମନ

ସପନ ହୋଇବ ସତେ ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract