ଅହଙ୍କାରୀ ମନ
ଅହଙ୍କାରୀ ମନ
ମରିବି ପଛେ ପାପୀ ଅପରାଧୀ
ଆଉ ମିଥ୍ୟବାଦୀ ହେବି
ସ୍ୱାର୍ଥକୁ ସାରଥୀ ଅଧର୍ମକୁ ସାଥି
କରି ଅବାଟରେ ଚାଲିବି
ପ୍ରତିଶୋଧ ଆଉ ହିଂସାର ନିଆଁରେ
ଜଳି ଜାଳିବି ସଂସାର
ଅସତ୍ୟ, ଅନ୍ୟାୟ, ପୁଣି ଅତ୍ୟାଚାରୀ ହୋଇ
ପାଉଁଶ କରିବି ସୁନାର ଘର
କଟୁକଥା କହି ନିରୀହଜନଙ୍କ
ହୃଦୟକୁ ଦେବି ଆଘାତ
ତେବେ ସିନା ମୋର ଅହଙ୍କାରୀ ମନ
ସପନ ହୋଇବ ସତେ ତ
