Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Abstract

2  

Kamala Satpathy

Abstract

ବୋହୂ ଖୋଜା

ବୋହୂ ଖୋଜା

2 mins
222


ପାଠ ସରିଗଲା, ଚାକିରି ଲାଗିଲା

ଏବେ ବାହାଘର ଚିନ୍ତା

ବାପ ମା’ଙ୍କ ମୁଣ୍ଡେ ଚଡକ ପଡିଛି

ବୋହୂ ସେ କରିବେ କେ’ନ୍ତା

ପୁଅ କହିଅଛି, ପତିନୀ ସେ ଚାହେଁ

ଆଜିକା ଯୁଗକୁ ଚାହିଁ

ପାଠ ପଢା ସଙ୍ଗେ ଚାକିରିଆ ଥିଲେ

କରିବନି ସିଏ ନାହିଁ

ମାଆକୁ ଦର୍କାର ଡାକ୍ତରିଆ ବୋହୂ

ରଖିବ ଯେ ତା’ର ଧ୍ୟାନ

ତା’ ବ୍ଲଡ ପ୍ରେସର, ପୁଅର ନଖରା

ହୋଇବ ସବୁ କଣ୍ଟ୍ରୋଲ

ବାପା କହୁଛନ୍ତି ଆସିଲେ ଘରକୁ

ମନ୍ତ୍ରୀଙ୍କର ଗୁଣବନ୍ତୀ

ସମାଜରେ ଥାଟ ବଢିବା ସାଙ୍ଗକୁ

ଘରେ ପ୍ରବେଶିବେ ଲକ୍ଷ୍ମୀ

ଝିଅ କହେ ମାଆ, ଏମିତିଆ ଝିଅ

ଆଣିବୁ ଘରକୁ ଆମ

ସୁନ୍ଦରୀ ପଣରେ ତା’ଠାରୁ ଆଗରେ

ନଥିବ କାହାର ନାମ

ଜେଜୀ ବୁଢୀ କହେ ଶରଧାରେ ଅତି

ଦେଖିବି ନାତୁଣୀ ବୋହୂ

ତା’ ମଧୁର ସ୍ୱରେ ‘ଗୀତା’ ଶୁଣିବାକୁ

ଠାକୁରେ ମୋ ପ୍ରାଣ ରହୁ

ଜେଜେବାପାଙ୍କର ଅଲିଅଳ ନାତି

ଆଶା ରଖିଛନ୍ତି ବଡ

ବାହାହୋଇ ବୋହୂ ଆଣିଲେ ଘରକୁ

ଦେବେ ଭଲ ଜାମା ଯୋଡ

ନାଲି ଶାଢି ଚୁଡି ଅଳତା ନାଇକି

ଆସିବ ଘରକୁ ଯେବେ

ହସିଉଠିବ ଏ ସୁନାର ସଂସାର

ସାହି ଭାଇ ଜଳୁଥିବେ

ଝିଅ ଦେଖି ଦେଖି ହାଲିଆ ହେଲେଣି

ମନକୁ ପାଉନି କେହି

କାହାର ରୂପଟା ମନ ଟାଣୁଥିଲେ

ପାଠ ମୋଟେ ପଢିନାହିଁ

କିଏ ସେ ଆସିବ ଖାଲି ହାତେ ବୋଲି

ବାପାଙ୍କ ମନ ନଯାଏ

କାହା ପରିବାର ଗାଆଁରେ ରୁହନ୍ତି

ଚଳଣୀ ମନ ନପାଏ

ବର୍ଷ ପରେ ବର୍ଷ ଗଡି ଯାଉଅଛି

ମନଲାଖି ଝିଅ ଖୋଜି

ଶେଷକୁ ବିରକ୍ତ ହୋଇ ପୁଅ ଦିନେ

ହୋଇଲା ଜାଗାଏ ରାଜି

ଜାତକ ପଡିଛି, ରୂପ ଭଲ ଅଛି

ଦବା ନବା ହେବ ଭଲ 

କେତେଟା କଥାକୁ ଆଖି ବୁଜିଦେଲେ

ମୋଟାମୋଟି ସବୁ ଭଲ

ସମସ୍ତଙ୍କ ମନ ଉଚ୍ଛୁଳେ ଖୁସିରେ

ଆସିଲା ଏ ଶୁଭଦିନ

କେତେ ଯୁଗ ପରେ ସତ ହେବ ଆଖି

ଦେଖିଥିଲା ଯେ ସପନ

ଆଦର ଯତନ ସଭିଏଁ କରନ୍ତି

ନୂଆବୋହୂଟିକୁ ଭାରି

ପ୍ରତିଟି କଥାରେ ତା’ର ମତାମତ

ଦିଅନ୍ତି ସର୍ବେ ପଚାରି

ତା’ର ମିଠା ମିଠା କଥାରେ ପୁଲକ

ଭରେ ସଭିଙ୍କର ପ୍ରାଣେ

ଏତେ ସୁଖ ସତେ ଭାଗ୍ୟେ ଥିଲା ବୋଲି

ଭାବୁଛନ୍ତି ମନେ ମନେ

ବୋହୂ ଆସିଗଲା ବୋଲି ନିଶ୍ଚିନ୍ତରେ

ଶୋଇଲେ ସମସ୍ତେ ଘରେ

ଦିନ କେଇଟାରେ ବୋହୂ କିନ୍ତୁ ଶାଶୁ

ଘରେ ଛଟପଟ ହେଲେ

ଦି’ ଦିନେ ସରିଲା ଘରଣୀ ପଣିଆ

ଲାଗୁଛି ଏବେ ବିରକ୍ତ

ବୁଢାବୁଢୀଙ୍କର ମେଳେ ରହି ବଡ

ହେଉଛି ସେ ହନ୍ତସନ୍ତ

ଭଲ ନଲାଗେ ଏ ଘର ପରିବାର

ଯିବ ଏଠୁ ସେ ବାହାରି

ସ୍ୱାମୀ ସହ ସିଏ ଅଲଗା ରହିବ

ନୂଆ ଏକ ଘର କରି

ନିଜ ମୁତାବକ ଚଳିବ ସେ ସେଠି

ଶୁଣିବନି କା ଆକଟ

ଦି’ ଦିନରେ ମୁଣ୍ଡ ବଥା କରିଲାଣି

ଦେଖି ବୁଢାବୁଢୀ ନାଟ

ଭାଇ ଭଗାରିଏ ଚାହିଁ ବସିଛନ୍ତି

କି କହିବେ ବାପ ମାଆ

ଅଳତା ପାଦରୁ ନଲିଭୁଣୁ ବୋହୂ

କରୁଛି ପାଚିରି ଠିଆ

ଜୀବନ ସରିଛି ଶାଶୁ ଶ୍ୱଶୁରଙ୍କ

ସେବା କରି, ମନ ଜିଣି

ନଣନ୍ଦ ଦିଅର ଜଞ୍ଜାଳ ଭିତରେ

ହଜିଛି ସବୁ କାହାଣୀ

ମୁହଁ ଖୋଲି କିଛି କହିଲେ ମିଳିବ

ଆଉ ବା ତାଙ୍କୁ କି ଲାଭ 

ବୋହୂ କହିଥିଲେ ସହିଯାନ୍ତେ ସିନା

ପୁଅ ଚାହେଁ ଯିବ ଆଗ



Rate this content
Log in

Similar oriya poem from Abstract