STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପଛଘୁଞ୍ଚା ନାହିଁ ବୀରର ଜାତକେ

ପଛଘୁଞ୍ଚା ନାହିଁ ବୀରର ଜାତକେ

1 min
324

ଆସୁ ଯେତେ ଝଡ଼ ଆଉ କି ବତାସ

ବୀର ପଛେ ଘୁଞ୍ଚେ ନାହିଁ

ସାହସ ଜୁଟାଇ ଦମ୍ଭ କରି ସିଏ

ଶତ୍ରୁର ନାଶ କରଇ


କାପୁରୁଷ ସିନା ଡରିଯାଏ ଦେଖି

ବିପଦ ଆସିଲେ ମାଡ଼ି

ଧୌର୍ଯ୍ୟ ଧରି ବୀର ଆଗକୁ ବଢଇ

ବିପଦକୁ ଦିଏ ତଡ଼ି


ଡରିଯାଏ ଯିଏ ମରିଯାଏ ସିଏ

ଜୀବନ ଯୁଦ୍ଧ ଆଗରେ

ବୀର ଯିଏ ସିଏ କାହିଁବା ଡରିବ

ସିଏ ତ ବିଜୟୀ ହୁଏରେ

ସିଏ ତ ବୀଜୟୀ ହୁଏରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract