କଳିର ଅଳି
କଳିର ଅଳି
ହେ ଈଶ୍ୱର! ତୁମ ସୁନ୍ଦର ସୃଷ୍ଟିର
ମୁଁ ଯେ ଏକ ଛୋଟ କଳି
ତୁମରି ଆଶିଷ ମଥାପରେ ମୋର
ଦିଅ ସରାଗରେ ଢାଳି l
ଆଘାତରେ କାଳେ ନଷ୍ଟ ହେବ ଭାବି
କୋମଳ ପାଖୁଡା ମୋର
ସଜାଇ ରଖିଛ ଯତନରେ ଦେଇ
ବୃତ୍ତିମଣ୍ଡଳ ଚାଦର l
ଦେହେ ଦିଅ ଭରି ଅସୀମ ଶକତି
ଫୁଟିବି ମୁଁ ଫୁଲ ହୋଇ
ପରିବେଶ ମୋର ଦେବି ମହକାଇ
ନୂଆ ରୂପରେ ସଜାଇ l
