STORYMIRROR

Jyotsna Acharya

Abstract Classics Inspirational

3  

Jyotsna Acharya

Abstract Classics Inspirational

ଆତ୍ମଶକ୍ତି

ଆତ୍ମଶକ୍ତି

1 min
192

ନିର୍ମଳ ହୃଦୟେ 

ବାସ ତୋ'ର ମା'

କରେ ଯିଏ କାର୍ଯ୍ୟ ରିତି ନିତି,

ଆଲୌକିକ ଶକ୍ତି

ପ୍ରାପ୍ତ ଅସ୍ତିତ୍ବର

ନାରୀ ହୁଏ ପୂଣ୍ୟବତୀ।


ତୋ ନେତ୍ର ରେ ଯେବେ

ନେତ୍ର ମିଶିଯାଏ

ପାଏ ନାରୀ ଆତ୍ମ ଶକ୍ତି,

ଶୋକ ରୋଗ ଭୟ 

ନାଶ କରୁ ମା 

ନାରୀ ହୁଏ ଦୃଢ ମତି।


ନବରାତ୍ରୀ ର 

ନବମୀ ପୂଜା

ନାମ ତୋ'ର ସିଦ୍ଧିଦାତ୍ରୀ,

ହାତେ ଚ଼କ୍ର, ଶଂଖ,

ଗଦା, ପଦ୍ମ ଧାରୀ-

ସକଳ ସିଦ୍ଧିର ତୁ ଅଧିଷ୍ଠାତୀ ।


ବାମ ଅଧାଭାଗ

ହେ ଅର୍ଦ୍ଧନାରୀଶ୍ବର

ତୁମେ ହି ଶୀବ ଶକ୍ତି,

ସୃଷ୍ଟି ମଙ୍ଗଳେ

ଅଷ୍ଟ ସିଦ୍ଧି ଞାନ'

ତୁମେ ହି ଆଦି ପରା ଶକ୍ତି।


Rate this content
Log in

Similar oriya poem from Abstract