STORYMIRROR

Samar Ballav Bhoi

Abstract Classics Inspirational

4  

Samar Ballav Bhoi

Abstract Classics Inspirational

ଉଚ୍ଚ ଶିକ୍ଷିତା ଝିଅ

ଉଚ୍ଚ ଶିକ୍ଷିତା ଝିଅ

2 mins
214



ବହୁଦିନ ପରେ ସବିତାର ପିଲା ଦିନର ସାଙ୍ଗ ରୀନା ଆସିଥାଏ ତାଙ୍କ ଗାଁ ଘରକୁ। ପାଖାପାଖି ୧୫ ବର୍ଷ ପରେ ଦୁଇ ଜଣଙ୍କର ଦେଖା ସାକ୍ଷାତ। ୧୫ ବର୍ଷ ମଧ୍ୟରେ ଅନେକ କିଛି ବଦଳି ଯାଇଛି। ଦୁଇ ଜଣଙ୍କ ବାହାଘର ମଧ୍ୟ ହୋଇ ସାରିଥାଏ। ରୀନା(ରିନୁ) ସ୍କୁଲ ପାଠ ପଢା ପରେ ଭୁବନେଶ୍ୱର ରେ ପଢିଲା , ସବିତା କିନ୍ତୁ ଯୁକ୍ତ ଦୁଇ ପାସ କରି ଗାଁ ମାଟିରେ ରହିଥିଲା, ପାରିବାରିକ ସମସ୍ୟା ଯୋଗୁଁ ସବିତା ବେଶୀ ପାଠ ପଢିବା ପାଇଁ ସୁଯୋଗ ପାଇନଥିଲା, ଗାଁ ଗହଳିରେ ଝିଅ ମାନଂକ ପାଠପଢା ରେ ଏତେ ଗୁରୁତ୍ୱ ଦିଆଯାଏ ନାହିଁ, ଯାହା ଯେମିତି ଚଳିଆ ମୁତାବକ ପାଠପଢା ସରିବା ପରେ ଭଲ ବରଟିଏ ଖୋଜାଖୋଜି କରି ବାହାଘର କରିଦିଆଯାଏ। ଏହି ସବୁ କାରଣରୁ ସବିତା ଉଚ୍ଚ ଶିକ୍ଷା ରୁ ବଞ୍ଚିତ ଥିଲା, କିନ୍ତୁ ଅପର ପକ୍ଷରେ ରୀନା ( ରିନୁ ) ଅନେକ ପାଠପଢା ପଢି କରି ଗୋଟିଏ ଭଲ ଡାକ୍ତର ଚାକିରିଟିଏ କରିଥାଏ, ରୀନା ଏମ.ଵି.ବି.ସ ପାସ କରି ଥିଲା, ଡାକ୍ତର ଚାକିରିଟିଏ ପାଇବା ପରେ ରୀନା ବହୁତ ବ୍ୟସ୍ତ ରହିଥାଏ। ଆଜି କାଲି ଚାକିରିଟିଏ ପାଇବା ବହୁତ କଷ୍ଟସାଧ୍ୟ, ସମାଜ ଆଖିରେ ଧୂଳି ଦେଇ କିଛି ବ୍ୟକ୍ତି ଚାକିରି ସବୁ ବିକାକିଣା କରି ଯୋଗ୍ୟ ବିବେଚିତ ପାର୍ଥୀଙ୍କ ଜୀବନ ରାସ୍ତା ଅନ୍ଧକାର ମଧ୍ୟକୁ ଠେଲି ଦେଇଥାନ୍ତି। ସେ ଯାହା ହେଉ ନା କାହିଁକି, ମୋର ବି ଏମିତି ଏକ ପରିସ୍ଥିତି ଆସିଥିଲା, କିନ୍ତୁ ମୋ ପାଇଁ ସମୟ ମୋତେ ସମ୍ପୂର୍ଣ୍ଣ ସହଯୋଗ କରିଥିଲା, ସେଥିପାଇଁ ମୁଁ ଚାକିରିଟିଏ ପାଇଛି, ଚାକିରି ପରେ ଘରେ ମୋର ବାହାଘର କରିଦେଲେ, ସେହି ଦିନ ଠାରୁ ମୁଁ ଏତେ ବ୍ୟସ୍ତ ଯେ

କାହାରି ସହିତ ଖୋଲା ମନରେ ଟିକିଏ କଥା ହୋଇ ପାରୁନାହିଁ। ସତରେ ସବିତା ଆଜିକାଲି ସମୟରେ ଚାକିରି କରି ପରିବାର ସହିତ ରହି ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରିବା ବହୁତ କଷ୍ଟ, ମୁଁ କିନ୍ତୁ ସେ ସବୁ କୁ ଠିକ ଭାବେ ଚଳାଇବା ପାଇଁ ଚେଷ୍ଟା ଜାରି ରଖିଛି, ଏସବୁ ସମ୍ଭବ ସେତେବେଳେ, ଯେତେବେଳେ ପରିବାରର ସମସ୍ତଙ୍କ ସମର୍ଥନ ମିଳେ। ପରିବାରର ଶାଶୁ ଶଶୁର ଅନ୍ୟ ସମସ୍ତଙ୍କର ମୋ ପ୍ରତି ବାସ୍ତବିକ ସମର୍ଥନ ରହିଛି, ମୋ ସ୍ବାମୀଙ୍କର ସହଯୋଗ ଓ ସମର୍ଥନ ହିଁ ସବୁଠାରୁ ବଡ଼ ପରିଚୟ। ସମସ୍ତେ ଭାବନ୍ତି ଯେ, ରୀନା ଡାକ୍ତର ହେଲା ପରେ ଆମ ମାନଙ୍କ ସହିତ ମିଶି ପାରୁନି, ବଡ଼ ଆଖି,ବଡ଼ ମନ ନେଇ ଆମକୁ କଥା କହିବାକୁ ଚାହୁଁନାହିଁ। ଏ ସବୁ ଭୁଲ୍ ଧାରଣା, ଏମିତି ଘଟଣା କେତେକଙ୍କ ଜୀବନ ରେ ଘଟିଥାଏ। ମୁଁ ସମୟ ଓ କର୍ତ୍ତବ୍ୟର ମଧ୍ୟରେ ଛନ୍ଦି ନିଜକୁ ସଜାଡି ଚାଲିଥାଏ, ବୁଝିଲୁ ସବିତା! ଏସବୁ କରିବା ସବୁ ଝିଅମାନଙ୍କ ପକ୍ଷରେ ସମ୍ଭବପର ନୁହେଁ, ମୁଁ ଉଚ୍ଚ ଶିକ୍ଷିତା ଝିଅ ହୋଇ ମଧ୍ୟ କେବେହେଲେ ନିଜକୁ ପ୍ରତିହିଂସା ଭିତରେ ରଖିନାହିଁ। ମୁଁ ସର୍ବଦା ପରିବାର ଓ କର୍ତ୍ତବ୍ୟ କୁ ସମତୁଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବେ। ରୋଗୀ ସେବା ଓ ପରିବାର ସେବା ଏସବୁ ଭିନ୍ନ ପରିଚୟ ଓ ପରିସ୍ଥିତି। ତେଣୁ କରି ମୋତେ କେବେହେଲେ ଖରାପ ଭାବିବୁ ନାହିଁ। ଉଚ୍ଚ ଶିକ୍ଷିତା

 ହେବା ଅପରାଧ ନୁହେଁ, କିନ୍ତୁ ଉଚ୍ଚ ଶିକ୍ଷିତା ହୋଇ ନିଜର ପରିଚୟ କୁ ଗର୍ବ ଅହଙ୍କାର ରେ ନଷ୍ଟ କରିବା ହିଁ ଅପରାଧ ଅଟେ। ସବିତା ମୁଁ ଏଥର ଚାଲିଲି, ପୁଣି କେବେ ଦେଖାସାକ୍ଷାତ ହେବ, ମୋ କଥା ମନେ ରଖିଥିବୁ, ଅନ୍ୟ ସାଙ୍ଗ ମାନଙ୍କ ସହିତ ପୁଣି କେବେ ଦେଖାହେବ। ଯଦି ସେମାନେ କେବେ ପଚାରିବେ ତାଙ୍କୁ ମୋ କଥା କହିବୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract